Tuesday, August 11, 2026
28.5 C
Odisha

    ଭୂକମ୍ପରେ ଥରିଲା କଲମ୍ବିଆ, ୧୩୨ ମୃତ ଓ ୫୦୦ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    କଲମ୍ବିଆ  : କଲମ୍ବିଆରେ ଭୟଙ୍କର ଭୂମିକମ୍ପର ତାଣ୍ଡବ । ଯାହାର ତୀବ୍ରତା ୭.୪ ଥିବା ଜଣାପଡିଛି । ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି । ଏଥିରେ ୫୦୦ରୁ ଅଧିକ ଆହତ ହୋଇଛନ୍ତି । ବହୁ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଧ୍ୱଂସାବଶେଷ ତଳେ ଲୋକ ଫସି ରହିଥିବାରୁ ଉଦ୍ଧାର ଅଭିଯାନ ଜାରି ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ୫ଟି ସହରରେ ରେଡ ଆଲର୍ଟ ଜାରି ହୋଇଛି ।

    ସୂଚନାନୁଯାୟୀ, କେବଳ ପେରେଇରା ସହରରେ ୬୦ ଜଣଙ୍କ ଜୀବନ ଯାଇଛି ।  ୮୬ଟି ବଡ଼ କୋଠା ମାଟିରେ ମିଶିଥିବା ବେଳେ ୭ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ମାନିଜାଲେସ୍, କ୍ୱିବ୍ ଡୋ, ଆର୍ମେନିଆ, କାର୍ଟାଗୋ, ବୁଏନାଭେନ୍ତୁରା ଓ ପେରେଇରା ବିମାନବନ୍ଦରରେ ବିମାନ ଚଳାଚଳ ମଧ୍ୟ ସ୍ଥଗିତ ରହିଛି ।  ଦେଶର ୨୦ରୁ ଅଧିକ ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି ।  ହସ୍ପିଟାଲ ଓ ସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ କୋଠା ମଧ୍ୟ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି ।

    ଅନ୍ୟପଟେ ରାଷ୍ଟ୍ରପତି ଅବେଲାର୍ଡୋ ଦେଲା ଏସପ୍ରିଏଲା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କଲମ୍ବିଆ ଜିଓଲଜିକାଲ୍ ସର୍ଭିସ୍ ଅନୁସାରେ ମୁଖ୍ୟ ଭୂମିକମ୍ପ ପରେ ୨.୮ ଓ ୪.୮ ତୀବ୍ରତାର ଦୁଇଟି ଆଫ୍ଟରସକ୍ ରେକର୍ଡ ହୋଇଛି । ଏକାଧିକ କୋଠା ଭୁଶୁଡ଼ି ପଡ଼ିଥିବାରୁ ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି । ଲଗାତାର ଛୋଟ ଛୋଟ ଭୂକମ୍ପ ହେଉଥିବାରୁ କଲମ୍ବିଆର ଭୂବିଜ୍ଞାନ ସଂସ୍ଥା ଲୋକଙ୍କୁ ସତର୍କ ରହିବାକୁ ଓ ଘରର କାନ୍ଥରେ ଫାଟ ଥିଲେ ଭିତରକୁ ନଯିବାକୁ ପରାମର୍ଶ ଦେଇଛି ।

    ଏଥିସହ ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ଟିମ୍ ଓ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି । ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା କାମ ଜାରି ରହିଛି । ଏଥିସହ ବିଭିନ୍ନ ଅଞ୍ଚଳରେ ଘର, କୋଠା ଓ ଅନ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ କରାଯାଉଛି । ଭୂମିକମ୍ପ ପରେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା USGS ଗୁରୁତର ଜୀବନହାନି ଓ କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ କରିଛି । ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ ଜାରି ରହିଥିବାରୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନାହିଁ ଏବଂ ଆହୁରି ମଧ୍ୟ ଭୟାବହ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    3.2kmh
    82 %
    Tue
    31 °
    Wed
    31 °
    Thu
    29 °
    Fri
    30 °
    Sat
    30 °

    ସମ୍ବନ୍ଧିତ