Friday, February 20, 2026
34 C
Odisha

    ଭୟଙ୍କର ଦୁର୍ଘଟଣା; ଓଭର ବ୍ରିଜ୍ ଉପରେ ଝୁଲି ରହିଛି ‘ଲକ୍ଷ୍ମୀ’ ବସ୍’

    ଆଗକୁ ପଢନ୍ତୁ

    ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି ‘ଲକ୍ଷ୍ମୀ’ ବସ୍ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣା ପରେ ‘ଲକ୍ଷ୍ମୀ’ ବସ୍ ଓଭର ବ୍ରିଜରେ ଝୁଲି ରହିଛି । ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଦେହ ଥରି ଉଠୁଛି । ଦୁର୍ଘଟଣା ପରର ଏହି ଦୃଶ୍ୟକୁ ଯିଏ ଦେଖିଥିଲା, ତା’ ମନରେ ଅନେକ ଆଶଙ୍କା ଜାତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ଫାଣ୍ଡି ଛକ ଓଭର ବ୍ରିଜ ନିକଟରେ ‘ଲକ୍ଷ୍ମୀ’ ବସ୍ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଖବର ମୁତାବକ, ଦୁର୍ଘଟଣା ଘଟିବା ସମୟରେ ଲକ୍ଷ୍ମୀ ବସରେ କୌଣସି ଯାତ୍ରୀ ନଥିଲେ । ବାଲେଶ୍ୱର ଫାଣ୍ଡି ଛକ ଓଭର ବ୍ରିଜ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବ୍ରିଜ ସାଇଟ ୱାଲରେ ବସଟି ଝୁଲି ରହିଥିଲା । ଯଦି ବସରେ ଯାତ୍ରୀ ଥାଆନ୍ତେ, ତେବେ କ’ଣ ଯେ ହୋଇଥାନ୍ତା ତାହା କଳ୍ପନା କରିବା କଷ୍ଟକର । ଭଗବାନଙ୍କ କୃପାରୁ ସୌଭାଗ୍ୟବଶତଃ ଉକ୍ତ ବସରେ କେହି ଯାତ୍ରୀ ଯାତ୍ରା କରୁଥିଲେ । ଅଧିକ ରାତି ହୋଇଯାଇଥିବାରୁ ବସରେ କୌଣସି ଯାତ୍ରୀ ନଥିଲେ । ସହଦେବଖୁଣ୍ଟା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ରାତି ୧୦ଟା ୩୦ ସମୟରେ ଘଟିଥିଲା ଏହି ଅଘଟଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ