Monday, October 12, 2026
22.9 C
Odisha

    ବଲାଙ୍ଗିରରେ ଧାନକିଣା ଆରମ୍ଭ; ବିନା ଟୋକନରେ କାହା ଧାନ କିଣିଲା ପ୍ରଶାସନ

    ଆଗକୁ ପଢନ୍ତୁ

    ପ୍ରଶାସନ ସହ ସବୁ ମିଲର୍‌ଙ୍କ ଏଯାଏ ଚୁକ୍ତି ସରିନି। ଜିଲ୍ଲାର କୌଣସି ଜଣେ ଚାଷୀଙ୍କୁ ଟୋକନ୍‌ ବି ମିଳିନି। ଚାଷୀ ମଣ୍ଡିକୁ ବି ଧାନ ଆଣିନାହାନ୍ତି। କିନ୍ତୁ ଏହା ଭିତରେ ଆଜି ଧାନକିଣା ହୋଇଛି। ବଲାଙ୍ଗିର ଜିଲ୍ଲାରେ ଆଜି ଧାନକିଣାକୁ ନେଇ ଆଜି ଏପରି ଏକ ଅଜବ ସ୍ଥିତି ଦେଖିବାକୁ ମିଳିଛି। ବିନା ଟୋକନ୍‌ରେ କେମିତି ଜିଲ୍ଲାରେ ଧାନକିଣା ଆରମ୍ଭ ହେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
    ସୂଚନାନୁଯାୟୀ, ଜିଲ୍ଲାପାଳ ଗୌରବ ଶିବାଜୀ ଈଶ୍ବଲୱର ଆଜି ବେଲପଡ଼ା ବ୍ଲକ ମଣ୍ଡଳ ମଣ୍ଡିରେ ଉପସ୍ଥିତ ରହି ପୂଜା କରି ଧାନକିଣା ଶୁଭାରମ୍ଭ କରିଥିଲେ। ସେହିପରି ଅନ୍ୟ ମଣ୍ଡିମାନଙ୍କରେ ମଧ୍ୟ ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ପ୍ରଶାସନ କାହା ଧାନ କିଣିଲା ଓ କେମିତି କିଣିଲା, ତାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗୀୟ ୱେବ୍‌‌ସାଇଟ ଅନୁସାରେ ଜିଲ୍ଲାରେ କେଜିଏ ବି ଧାନ କିଣା ଯାଇନଥିବା ଜଣାପଡ଼ିଛି। ଜିଲ୍ଲାରେ ୯୩ ହଜାର ଚାଷୀ ରହିଥିବା ବେଳେ କେହି ଧାନ ବିକ୍ରି କରି ନାହାନ୍ତି। କାରଣ କୌଣସି ବି ଚାଷୀଙ୍କୁ ଟୋକନ ବଣ୍ଟନ କରାଯାଇନାହିଁ। ଏପରିକି, ପ୍ରଶାସନ ସହ ସବୁ ମିଲର୍‌ମାନଙ୍କ ଚୁକ୍ତି ମଧ୍ୟ ସରିନାହିଁ। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ଯେ ସୋମବାର ସୁଦ୍ଧା ଅଳ୍ପ କିଛି ମିଲ ମାଲିକ ଚୁକ୍ତି କରିଛନ୍ତି। ଅନ୍ୟମାନେ ମଧ୍ୟ ଖୁବ୍‌‌ଶୀଘ୍ର ଚୁକ୍ତି କରିବେ। ସେହିପରି ଚାଷୀମାନଙ୍କୁ ଶୀଘ୍ର ଟୋକନ୍‌ ବଣ୍ଟନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ