Tuesday, September 29, 2026
29.2 C
Odisha

    ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଗୁରୁତର ଆହତ

    ଆଗକୁ ପଢନ୍ତୁ

    ଭଦ୍ରକ  : ୧୬ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ଧାମନଗର ଛକ ନିକଟରେ ଅଟୋକୁ ଧକ୍କା ଦେଇ ଡିଭାଇଡରରେ ପିଟି ହେଲା କାର। ୪ ଜଣ ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି। ଭୁବନେଶ୍ୱରରୁ ଉଦଳା ଅଭିମୁଖେ ଯାଉଥିଲା କାର। ଭାରସାମ୍ୟ ହରାଇ ଅଟୋକୁ କାର ଧକ୍କା ଦେଇଥିଲା । ଖବରପାଇ ଦମକଳ ବାହିନୀ ପହଞ୍ଚି ସମସ୍ତ ଗୁରୁତର ଆହତଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

    ସୂଚନା ଅନୁସାରେ, କାରଟି ଭୁବନେଶ୍ୱରରୁ ଉଦଳା ଅଭିମୁଖେ ଯାଉଥିଲା । ଧାମନଗର ଛକ ନିକଟରେ କୌଣସି କାରଣରୁ କାରଟି ଭାରସାମ୍ୟ ହରାଇଥିଲା। ଫଳରେ ରାସ୍ତାରେ ଯାଉଥିବା ଏକ ଅଟୋକୁ କାରଟି ଧକ୍କା ଦେଇଥିଲା। ଏହାପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ପରେ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଯାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ