Friday, April 3, 2026
39.1 C
Odisha

    ମକା ବିଲରେ ମହିଳାଙ୍କୁ ଦଳିଦେଲା ହାତୀ

    ଆଗକୁ ପଢନ୍ତୁ

    ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣେ ମୃତ। ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶି ଗ୍ରାମରେ ବିଳମ୍ବିତ ରାତିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।ମୃତା ହେଉଛନ୍ତି ଦିଗାମ୍ବର ବେହେରାଙ୍କ ଧର୍ମପତ୍ନୀ କୁନି ବେହେରା (୫୦) ।ଗଲା ରାତିରେ ଦୁଇ ଦନ୍ତା ହାତୀ ଆସି ଗାଁରେ ଉପଦ୍ରବ କରି ଚାଲିଥିବା ବେଳେ ମୃତକଙ୍କ ବାଡ଼ିରେ କରାଯାଇ ଥିବା ମକା ଚାଷ କିଆରିରେ ପଶି ଖାଉଥିଲେ। ଘରେ ବନ୍ଧା ହୋଇଥିବା ଗୋରୁ, ଗାଈଙ୍କୁ ରଡ଼ି ଛାଡ଼ିବାରୁ କୁନି ଜାଣି ପାରି ଆସି ଦୁଇ ହାତୀଙ୍କୁ ଦେଖିଥିଲା। ଏହି ସମୟରେ ହାତୀ କବଳରୁ ରକ୍ଷା ପାଇଁ ଗୋରୁଗାଈମାନଙ୍କୁ ଛାଡ଼ି ଦେଉଥିବା ବେଳେ ଗୋଟିଏ ହାତୀ ଦୌଡ଼ି ଆସି କୁନିଙ୍କୁ ଦଳି, କଚାଡ଼ି ଫିଙ୍ଗିଦେଲା ।

    ଖବର ପାଇ କୁଣ୍ଢେଇଗୋଳା ଫରେଷ୍ଟର ତପନ ନାୟକ ସଦଳବଳେ ପହଞ୍ଚି ହାତୀ ଘଉଡ଼ାଇ ଥିଲେ। ଗୁରୁତର ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ପଠାଇଥିଲେ। ଅନୁଗୁଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଗତ କିଛି ଦିନ ହେଲା ଏହି ଦୁଇ ହାତୀ ଅଞ୍ଚଳରେ ରହି ଉପଦ୍ରବ କରି ଚାଲିଛନ୍ତି। ଗତ ରାତିରେ ଗ୍ରାମର କୈଳାଶ ନାୟକର ଘର ଭାଙ୍ଗିଥିଲେ। ହାତୀ ଆକ୍ରମଣରେ ପୂର୍ବରୁ କାଞ୍ଜିଆମ୍ବରେ ଜଣେ ଓ ଦେବଗଡ଼ ସୀମାବର୍ତ୍ତି ଅନୁଗୁଳ ଜିଲ୍ଲାର ବାଘୁଆବୁଲ ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଶବ ଘରକୁ ଫେରି ନ ଥିବା ବେଳେ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି। ହାତୀ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ସରକାର ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ