Sunday, March 29, 2026
39.1 C
Odisha

    ମଝି ଆକାଶରେ ଧକ୍କା ହେଲା ୨ଟି ହେଲିକପ୍ଟର, ୧୦ ମୃତ: ଦେଖନ୍ତୁ ଭିଡିଓ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରୟାଲ ମାଲେସିଆନ୍‌ ନାଭାଲ ପରେଡ୍‌ ପାଇଁ ପେରାକର ଲୁମୁଟ୍‌ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲିଥିବାବେଳେ ମଙ୍ଗଳବାର ସକାଳ ଏହି ଦୁର୍ଘଟଣା ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।


    ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍‌ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍‌ରେ ଖସିପଡ଼ିଥିଲା। ଦୁଇଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ