Monday, April 6, 2026
28.1 C
Odisha

    ମଣିପୁରରେ ସ୍ଥିତି ସୁଧାରିବାରେ ମୁଖ୍ୟମନ୍ତ୍ରୀ ଫେଲ୍: ଭାଜପାଠାରୁ ସମର୍ଥନ ଫେରାଇନେଲା ସହଯୋଗୀ ଦଳ

    ଆଗକୁ ପଢନ୍ତୁ

    ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କୁ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଜଣାଇଛି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂଙ୍କ ନେତୃତ୍ୱରେ ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ତେଣୁ ସେ ତୁରନ୍ତ ପ୍ରଭାବ ସହିତ ସମର୍ଥନ ପ୍ରତ୍ୟାହାର କରୁଛନ୍ତି। ଏନପିପି ପକ୍ଷରୁ ଜେପି ନଡାଙ୍କୁ ଲେଖାଯାଇଥିବା ଚିଠିରେ ମଣିପୁର ବର୍ତମାନର ସ୍ଥିତି ଏବଂ ଆଇନ ଶ୍ରୁଙ୍ଖଳାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗତ କିଛି ଦିନରେ ରାଜ୍ୟର ସ୍ଥିତି ଆହୁରି ଖରାପ ହେବା ନଜରକୁ ଆସିଛି। ଯେଉଁଥିରେ ଅନେକ ସାଧାରଣ ଲୋକ ସେମାନଙ୍କର ଜୀବନ ହରାଉଛନ୍ତି। ରାଜ୍ୟରେ ଲୋକମାନେ ବଡ଼ ସଙ୍କଟ ଦେଇ ଗତି କରୁଛନ୍ତି।
    ଏଥିରେ ଆହୁରି କୁହାଯାଇଛି, ଆମେ ଦୃଢତାର ସହିତ ବିଶ୍ୱାସ କରୁଛୁ ଯେ, ମୁଖ୍ୟମନ୍ତ୍ରୀ ବୀରେନଙ୍କ ନେତୃତ୍ୱରେ ମଣିପୁର ରାଜ୍ୟ ସରକାର ସଙ୍କଟର ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ବର୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏନପିପି ମଣିପୁର ସରକାରଙ୍କଠାରୁ ସମର୍ଥନ ଫେରାଇ ନେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ