Thursday, December 5, 2024
19.7 C
Odisha

    ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା: ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର  ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ଆଣିବେ । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହି ନୀତିରେ ନିୟମାବଳୀ ରହିବ । ଏନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

    ଏଥିସହିତ ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ଖାଲି ଥିବା ପଦ ପୂରଣ ଓ ରାସ୍ତା ନିର୍ମାଣ ବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

    ବୈଠକରେ କୁହାଯାଇଛି, ଜାତୀୟ ରାଜପଥ, ରାଜ୍ୟ ରାଜପଥକୁ ସହିତ ପୂର୍ତ୍ତ, ଗ୍ରାମ୍ୟ ବିକାଶ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ବିଭିନ୍ନ ମହାନଗର ନିଗମ ଅଧିନରେ ଅନେକଗୁଡ଼ିକ ରାସ୍ତା ରହିଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ଅନେକ ସମୟରେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟରେ ସମସ୍ୟା ଦେଖାଦେଇଥାଏ । ତେଣୁ ଏହାର ନବୀକରଣ କରାଯିବା ସହିତ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏକ ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ ।

    ଆଗାମୀ ଦିନରେ ହେବାକୁ ଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ନେଇ ରୋଡମ୍ୟାପ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ଦୃଷ୍ଟି ଦେଇ ନୀତି ପ୍ରଣୟନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.7 ° C
    19.7 °
    19.7 °
    83 %
    1.1kmh
    17 %
    Thu
    30 °
    Fri
    29 °
    Sat
    30 °
    Sun
    28 °
    Mon
    27 °

    ସମ୍ବନ୍ଧିତ