Saturday, December 20, 2025
26.2 C
Odisha

    ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

    ଆଗକୁ ପଢନ୍ତୁ

    ସମ୍ବଲପୁର : ମଣ୍ଡିରୁ ଉଠୁନି ଧାନ । ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ । ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ମଣ୍ଡିକୁ ଉଠିପାରିଲାନି ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଚାଷୀ ।

    ଗତକାଲି ଧାନ ଚାଷୀମାନେ ଧାନ ନେଇ ବରେଇପାଲି ଓ ଅନ୍ୟମଣ୍ଡିଗୁଡ଼ିକରେ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ଯୋଗାଣ ଅଧିକାରୀ ଓ ମିଲର୍ସମାନଙ୍କୁ ନେଇ ବୈଠକ ବସିଥିଲା । ବୈଠକରେ ଟ୍ରାନ୍ସପୋର୍ଟ ଭଡ଼ା ବଢାଇବା ପାଇଁ ଦାବି ଉଠିଥିଲା । ଧାନ ଗଚ୍ଛିତ ରଖିବା ପାଇଁ ମିଲର୍ସମାନଙ୍କୁ ୩ ବର୍ଷର ଭଡ଼ା ମିଳି ନ ଥିବାରୁ ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ମିଲର୍ସ । ମଣ୍ଡିକୁ ଧାନ ନ ଉଠିଲେ ରାସ୍ତାରେ ଧାନ ଥୋଇ ଆନ୍ଦୋଳନ ଧମକ ଦେଇଛନ୍ତି ଚାଷୀ । ଚେତାବନୀ ପରେ ସମ୍ବଲପୁର ଉପ ଜ଼ିଲ୍ଲାପାଳ ଚାଷୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଧାନ ଉଠାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.2 ° C
    26.2 °
    26.2 °
    26 %
    2.6kmh
    0 %
    Sat
    23 °
    Sun
    27 °
    Mon
    27 °
    Tue
    28 °
    Wed
    28 °

    ସମ୍ବନ୍ଧିତ