ନବରଙ୍ଗପୁର : ମଦ୍ୟପ ଯୁବକଙ୍କ ଉନ୍ତୁତ୍ତ କାଣ୍ଡ । ନବରଙ୍ଗପୁର ଝରୀଗାଁ ବ୍ଲକର କୁସୁମବାହାଲ ଗାଁରେ ଫୁଟିଲା ଗୁଳି । ଗୁଳି ଚଳାଇଲା ଜଣେ ମଦ୍ୟପ । ମଦ ପିଇ ଜଣେ ଯୁବକ ଉପରକୁ ଗୁଳିମାଡ଼ କରିଛି ମଦ୍ୟପ । ଅଭିଯୋଗ ଅନୁସାରେ, ଏକମ୍ବାପଡା ଗାଁର ବିଷମ ଶବର ନାମକ ଯୁବକ ପ୍ରଚୁର ମଦ୍ୟପାନ କରି ଲୋକଙ୍କ ସହ ଝଗଡା କରିଥିଲା । ଗାଁର ପାଣ୍ଡୁ ଯାନୀ ଓ ବନ୍ଧୁ ଯାନୀ ନାମକ ଦୁଇ ଯୁବକ ବୁଝା ସୁଝା କରି ବିଷମ ଶବରକୁ ତାଙ୍କ ଘରେ ଛାଡି ଦେଇ ଆସିଥିଲେ । ହେଲେ ରାତିରେ ପାଣ୍ଡୁ ଯାନୀ, ବନ୍ଧୁ ଯାନୀ ଓ ରାମ ଯାନୀ ତିନି ଜଣ ବାହାରେ କଥା ହେଉଥିବା ବେଳେ ବିଷମ ଶବର ହାତରେ ଏକ ବନ୍ଧୁକ ଆଣି ପଛ ପଟୁ ଗୁଳି ମାଡ଼ କରିଥିଲା । ତେବେ ପାଣ୍ଡୁର ଅଣ୍ଟା, ଓ ପିଠି ରେ ଗୁଳି ବାଜିବା ଫଳରେ ତଳେ ପଡି ଯାଇଥିଲା । ପାଣ୍ଡୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରୁଛି ।
