Saturday, October 11, 2025
22.1 C
Odisha

    ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା

    ଆଗକୁ ପଢନ୍ତୁ

    ମଦ୍ୟପ ପୁଅର ଉନ୍ମତକାଣ୍ଡ । ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନୃଶଂସ ପୁଅ । ସୁନ୍ଦରଗଡ଼ ତଲସରା ଥାନା ତୁମୁଲିଆ ଗାଁ ନୂଆପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା। । ମାତାଲ ଅବସ୍ଥାରେ ରାତି ଅଧରେ ମା’କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ପୁଅ ବିଶ୍ୱ ଲାକଡ଼ାକୁ ଅଟକ ରଖି ତଦନ୍ତ ଚଳାଇଛି ତଲସରା ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ପୋଲିସର ପ୍ରାଥମିକ ତଦନ୍ତରୁ ହତ୍ୟା କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    1.2kmh
    57 %
    Fri
    22 °
    Sat
    29 °
    Sun
    29 °
    Mon
    29 °
    Tue
    29 °

    ସମ୍ବନ୍ଧିତ