Wednesday, April 8, 2026
24.2 C
Odisha

    ମଦ ପୋଚ ଖାଇ ୫ ଗାଈ ମୃତ, ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ

    ଆଗକୁ ପଢନ୍ତୁ

    ଅନୁଗୁଳ: ମଦ ପୋଚ ଖାଇ ୫ ଗାଈ ମୃତ, ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ଗାଁରେ ଅଭାବନୀୟ ଘଟଣା ଘଟିଛି । ପଡୋଶୀ ଗାଁ ଡମଯୋଡିରେ ବହୁ ପରିମାଣର ବେଆଇନ ଦେଶୀ ମଦ ତିଆରି କରାଯାଉଛି । ବେଆଇନ ଭାବେ ଚାଲୁଥିବା ଦେଶୀ ମଦ ଭାଟିର ପୋଚ ଖାଇ ୫ଟି ଗାଈର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ଏନେଇ ରେଙ୍ଗାଳି ଥାନାରେ ଏତଲା ଦେବା ସହ କ୍ଷତିପୂରଣ ଦାବି କରିଛନ୍ତି ଗାଈ ମାଲିକ । ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ । ରେଙ୍ଗାଳି ପ୍ରାଣୀ ଚିକତ୍ସକ ଓ କଣିହାଁ ବ୍ଲକ ପ୍ରାଣୀ ଚିକତ୍ସାକାରୀ ଡକ୍ଟର ଶୁଭେନ୍ଦୁ ରଞ୍ଜନ ସେଠୀଙ୍କ ସହିତ ଏକ ଟିମ୍ ଘଟଣାର ଅନୁଧ୍ୟାନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ