Monday, September 28, 2026
29.4 C
Odisha

    ସ୍ବାମୀକୁ ଛାଡି ପ୍ରେମିକ ସହ ବୋହୂ ଫେରାର୍, ଲେଉଟାଣିରେ ଆସି ମାରିଲେ ଚମ୍ପଟ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି: ବିବାହର ୧୦ ଦିନରେ ବାପା ଘରକୁ ଲେଉଟାଣିରେ ଆସିଥିବା ବୋହୂ ସ୍ଵାମୀକୁ ଛାଡି ପ୍ରେମିକ ସହ ଫେରାର ।  ଏଭଳି ଏକ ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଫେବୃଆରୀ ମାସ ୮ ତାରିଖ ହିନ୍ଦୁ ରୀତି ନୀତିରେ ମୁରିବାହଲ ଥାନା କର୍ଲା ଗାଁର ମୁକେଶ ବିଶ୍ୱାଳ କଣ୍ଟାବାଞ୍ଜିର ଝିଅ ବିନୀ ବେହେରା ସହ ବିବାହ କରିଥିଲେ ।  ତେବେ ଗତ ୧୮ ତାରିଖ ଦିନ ଝିଅର ଦୁଇ ଭାଇ କଣ୍ଟାବାଞ୍ଜି କୁ ଲେଉଟାଣି ପାଇଁ ଆଣିଥିଲେ । ଏହା ପରେ ଗତ ୨୨ ତାରିଖ ଦିନ ବିନି ନିଜ ପ୍ରେମିକା ସହ ଫେରାର ମାରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।

    ସେପଟେ ନବ ବିବାହ କରିଥିବା ମିଲନଙ୍କ ପରିବାର ଏବେ ଚିନ୍ତାରେ ପଡିଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଗହଣା ଟଙ୍କା ନେଇ ଫେରାର ମାରିଥିବା ନେଇ ମୁରିବାହାଲ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ତେବେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ବର୍ଗ କଣ୍ଟାବାଞ୍ଜି ଥାନାରେ ଏକ ଘୋଷଣା ପତ୍ର ମଧ୍ୟ ଦସ୍ତଖତ କରିଛନ୍ତି ଯେଉଁ ଥିରେ ବିବାହ ସମୟରେ ପୁଅ ପକ୍ଷରୁ ଦିଆଯାଇଥିବା ସୁନା ଅଳଙ୍କାର ମଧ୍ୟ ଯୁବତୀ ସାଙ୍ଗରେ ନେଇ ଯାଇଥିବା ଜଣାପଡିଛି । ତେବେ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ୨୦ ହଜାର ଟଙ୍କା ମଧ୍ୟ ସାଙ୍ଗରେ ନେଇ ଫେରାର ହୋଇଥିବା ଘୋଷଣା ପତ୍ରରୁ ଜଣାପଡିଛି । ଝିଅଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଯୁବତୀଙ୍କ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେବା ସହ ପଡାର ପ୍ରଶାନ୍ତ ମଜଖଣ୍ଡ ନାମକ ଜଣେ ଯୁବକ ନେଇଯାଇଥିବା ନେଇ ଏତଲା ଦେଇଛନ୍ତି ଯୁବତୀଙ୍କ ପରିବାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ