Monday, March 30, 2026
26.9 C
Odisha

    ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ବଢିଲା ଖାଇବା ତେଲ ଦର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :   ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି । ବଜାରରେ ଖାଇବା ତେଲ ଦର ବୃଦ୍ଧି ହୋଇଛି। କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ଦର ବଢିବାରେ ଲାଗିଛି । ହୋଲସେଲ୍‌ରେ ରିଫାଇନ୍ ତେଲ ୩ରୁ ୪ ଟଙ୍କା ବଢିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ ଟଙ୍କା ବୃଦ୍ଧି ହୋଇଛି।

    ଖୁଚୁରାରେ ରିଫାଇନ୍ ଲିଟରକୁ ୮ରୁ ୧୦ ଟଙ୍କା ବଢିଥିବା ବେଳେ ପାମୋଲିନ୍ ଲିଟରକୁ ୫ରୁ ୬ ଟଙ୍କା ବଢିଥିବା ସୂଚନା ରହିଛି । ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ପ୍ରତିଶତ ଅଭାବ ଏହି ବୃଦ୍ଧି ପଛର କାରଣ ବୋଲି କୁହାଯାଉଛି। ରିଫାଇନ୍ ତେଲ ମାଲେସିଆ ଏବଂ ସିଙ୍ଗାପୁରରୁ ଆସୁଥିବାବେଳେ ପାମୋଲିନ ତେଲ ଇଣ୍ଡୋନେସିଆରୁ ଆସିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    24 %
    2.3kmh
    0 %
    Sun
    27 °
    Mon
    41 °
    Tue
    39 °
    Wed
    40 °
    Thu
    40 °

    ସମ୍ବନ୍ଧିତ