Friday, April 3, 2026
33.6 C
Odisha

    ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜିଙ୍କ ଘର ନିକଟରୁ ସଂଦିଗ୍ଧ ବାକ୍ସ ଉଦ୍ଧାର

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ଘର ନିକଟରେ ଦୁଇଟି ବଡ଼ ବଡ଼ ସନ୍ଦେହଜନକ ବାକ୍ସ ପରିତ୍ୟକ୍ତ ଅବସ୍ଥାରେ ମିଳିଛି। ପ୍ରଥମେ ସେଥିରେ ବୋମା ଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ବୋମା ଗୁଜବ ଯୋଗୁଁ ଅପରାହ୍ନରୁ ରାଜଧାନୀ କୋଲକାତାରେ ଆତଙ୍କ ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଏହି ସ୍ଥାନ ସାଂସଦ ଅଭିଷେକ ବାନାର୍ଜୀଙ୍କ ହରିଶ ଚାଟାର୍ଜୀ ବାସଭବନଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି। ରାଜଧାନୀ କୋଲକାତାର ଏହି ଅଞ୍ଚଳସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଏ।

    ପରିତ୍ୟକ୍ତ ବାକ୍ସ ଭିତରେ ବୋମା ଥାଇପାରେ ବୋଲି ସନ୍ଦେହ ହେବାରୁ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଷେକଙ୍କ ବାସଭବନକୁ ଯାଉଥିବା ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ପରିତ୍ୟକ୍ତ କାର୍ଟନ ବକ୍ସ ଭିତରେ କ’ଣ ରହିଛି ସେ ନେଇ ତଦନ୍ତ କରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଏକ ଡଗ୍ ସ୍କ୍ୱାଡ୍ ମଧ୍ୟ ପହଞ୍ଚିଛି। ଏ ନେଇ ସ୍ଥାନୀୟ ଥାନାକୁ ଖବର ଦିଆଯାଇଥିଲା। ବୋମା ବ୍ୟାପିବାର ଗୁଜବ ପରେ ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ସୂଚନା ଦିଆଯାଇଥିଲା। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳକୁ ଯାଇ ବାକ୍ସ ଖୋଲିଥିଲେ। ତେବେ ସେଥିରେ କୌଣସି ବିସ୍ଫୋରକ ନଥିଲା, ବରଂ ବିପୁଳ ପରିମାଣରେ ଔଷଧ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ