Sunday, November 1, 2026
22.4 C
Odisha

    ମମତା ବାନାର୍ଜୀ ପୁଣି ଆହତ

    ଆଗକୁ ପଢନ୍ତୁ

    ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶନିବାର (ଏପ୍ରିଲ ୨୭) ହେଲିକପ୍ଟରରେ ଚଢ଼ିବା ବେଳେ ଝୁଣ୍ଟି ପଡ଼ି ଆହତ ହୋଇଛନ୍ତି। ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରେ ଏହି ଦୁର୍ଘଟଣା ଘଟିଛି । ମମତା ପ୍ରଚାର କରିବାକୁ ଯାଇଥିଲେ। ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି ମମତା ତାଙ୍କ କାରରୁ ଓହ୍ଲାଇ ହେଲିକପ୍ଟରରେ ଚଢୁଛନ୍ତି। ଏହି ସମୟରେ ହେଲିକପ୍ଟରର ଫାଟକ ନିକଟରେ ସେ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ମମତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଥିଲେ । ତେବେ ସେ ସାମାନ୍ୟ ଆହତ ହୋଇଥିବା କୁହାଯାଇଛି। ଏହି ଘଟଣା ସତ୍ତ୍ୱେ ମମତା ନିର୍ବାଚନ ଯାତ୍ରା ଜାରି ରଖିଥିଲେ। ଦୁର୍ଗାପୁର ପରେ ସେ ଆସାନସୋଲକୁ ଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.4 ° C
    22.4 °
    22.4 °
    96 %
    1.4kmh
    31 %
    Sun
    22 °
    Mon
    24 °
    Tue
    29 °
    Wed
    26 °
    Thu
    25 °

    ସମ୍ବନ୍ଧିତ