Thursday, March 5, 2026
19.9 C
Odisha

    ଖୁବ ଶୀଘ୍ର ଆରମ୍ଭ ହେବ କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟ, ୮ ହଜାର ୩୦୦ କୋଟିର ବ୍ୟୟବରାଦକୁ କେନ୍ଦ୍ରର ଅନୁମୋଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖୁବ ଶୀଘ୍ର ଆରମ୍ଭ ହେବ କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟ । ପ୍ରକଳ୍ପକୁ ମିଳିଲା ଆର୍ଥିକ ଅନୁମୋଦନ । ଅର୍ଥ ମନ୍ତ୍ରାଳୟର ଆପ୍ରାଇଜାଲ କମିଟି ଓଡ଼ିଶାର ଉପକୂଳ ରାଜପଥ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଅନୁମୋଦନ କରିଛି ।  ଏହି ଅନୁମୋଦନରେ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ଅଲାଇନମେଣ୍ଟ ଅନ୍ତର୍ଭୁକ୍ତ ।  ଯାହାର ପ୍ରକଳ୍ପ ବାବଦ ଖର୍ଚ୍ଚ ୮ ହଜାର ୩୦୦ କୋଟି ଟଙ୍କା । ଏହାକୁ ମଞ୍ଜୁର କରାଯାଇଛି ।  ଏହି ପାଣ୍ଠି ପ୍ରକଳ୍ପର ପ୍ରଥମ ପ୍ୟାକେଜ୍ ପାଇଁ ଉଦ୍ଦିଷ୍ଟ ।

    ବର୍ତ୍ତମାନ ଏହି ପ୍ରସ୍ତାବ କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ୍ ଆଫେୟାର୍ସ (CCEA) ର ଅନୁମୋଦନ ଅପେକ୍ଷାରେ । CCEA ଅନୁମତି ପରେ, ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଟେଣ୍ଡର ଏବଂ କାର୍ଯ୍ୟ ଆରମ୍ଭ କରିବା ସମ୍ଭାବନା ଅଛି ।ରାମେଶ୍ବର ଠାରୁ କୋଣାର୍କ ପର୍ଯ୍ୟନ୍ତ ୪ ଲେନ୍ ରାସ୍ତା ଏବଂ କୋଣାର୍କ ଠାରୁ ପାରାଦୀପ ପର୍ଯ୍ୟନ୍ତ ଡବଲ ଲେନ ରାସ୍ତା ହେବ ।  ପ୍ରକଳ୍ପ ପାଇଁ ୬୦ ରୁ ୭୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି ।  ଉପକୂଳ ରାଜପଥ ପ୍ରକଳ୍ପ ଅନେକ ବର୍ଷ ଧରି ବିଚାରାଧୀନ ଥିଲା ।ଏହାର ଉଦ୍ଦେଶ୍ୟ ହେଉଛି ଓଡ଼ିଶା ଉପକୂଳରେ ଯୋଗାଯୋଗକୁ ଉନ୍ନତ କରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    28 %
    1.6kmh
    0 %
    Thu
    36 °
    Fri
    37 °
    Sat
    38 °
    Sun
    38 °
    Mon
    36 °

    ସମ୍ବନ୍ଧିତ