Monday, April 13, 2026
28.8 C
Odisha

    ମହାକୁମ୍ଭରେ ନିଖୋଜ ୫୪ ହଜାର ମିଳିଲେ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ଚାଲିଥିବା ସମୟରେ ନିଖୋଜ ହୋଇଥିବା ୫୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ମିଳିଛନ୍ତି। ରାଜ୍ୟ ସରକାର ସେହି ନିଖୋଜ ବ୍ୟକ୍ତିମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚାଇଛନ୍ତି। ପ୍ରବଳ ଭିଡ଼ରେ ୫୪,୩୫୭ ଜଣ ପରିବାର ସଦସ୍ୟଙ୍କ ଠାରୁ ଅଲଗା ହୋଇଯାଇଥିଲେ, ଯେଉଁମାନେ ପରେ ସେମାନଙ୍କ ପରିବାର ନିକଟରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ବହୁସଂଖ୍ୟକ ମହିଳା ରହିଛନ୍ତି। ଶ୍ରଦ୍ଧାଳୁଙ୍କୁ ଏକତ୍ର କରାଇବାରେ ପୁଲିସର ବଡ଼ ଭୂମିକା ରହିଥିଲା। ହିନ୍ଦୁମାନଙ୍କର ସର୍ବବୃହତ୍ ମେଳା ମହାକୁମ୍ଭ ୨୦୨୫ ସଙ୍ଗମ କୂଳରେ ହୋଇଥିଲା। ଏଥିରେ ବିଭିନ୍ନ ଦେଶରୁ ହିନ୍ଦୁ ସମେତ ଅନ୍ୟାନ୍ୟ ଧର୍ମ ଓ ମତାବଲମ୍ବୀମାନେ ଯୋଗଦେଇଥିଲେ। ଦେଢ଼ ମାସର ଏହି ମେଳାରେ ୬୬ କୋଟିରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ମହାକୁମ୍ଭ ମେଳାର ସଫଳ ପରିଚାଳନା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ। ସେଥିମଧ୍ୟରେ ଗୋଟିଏ ହେଲା ଡିଜିଟାଲ ଖୋୟା ପାୟା କେନ୍ଦ୍ର। ଏହା ଜରିଆରେ ତୁରନ୍ତ ୩୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ସେମାନଙ୍କ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚି ପାରିଥିଲେ। ସେମାନଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟ ସମେତ ନେପାଳର ଲୋକମାନେ ରହିଥିଲେ। ସରକାରଙ୍କ ଛଡ଼ା ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ସହାୟତା କରିଥିଲେ। ସେମାନେ ୧୯୨୭୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ସେମାନଙ୍କ ପରିବାର ଲୋକଙ୍କ ସହ ମିଶାଇବାରେ ସକ୍ଷମ ହୋଇଥିଲେ। ଏମାନଙ୍କ ଭିତରେ ୧୮ ଜଣ ଶିଶୁ ଥିଲେ।

    ମକର ସଂକ୍ରାନ୍ତିର ଅମୃତ ସ୍ନାନ ପର୍ବ ସମୟରେ (ଜାନୁଆରି ୧୩ରୁ ୧୫)୫୯୮ ଜଣଙ୍କୁ ଏକତ୍ର କରାଯାଇଥିଲା। ‌ମୌନୀ ଅମାବାସ୍ୟା ସମୟରେ (ଜାନୁଆରି ୨୮ରୁ ୩୦) ସମୟରେ ୮୭୨୫ ଜଣ ଏବଂ ବସନ୍ତ ପଞ୍ଚମୀ ସମୟରେ (ଫେବ୍ରୁଆରି ୨ରୁ ୪) ୮୬୪ ନିଖୋଜ ବ୍ୟକ୍ତିଙ୍କୁ ସେମାନଙ୍କ ସଂପର୍କୀୟଙ୍କ ନିକଟରେ ପହଞ୍ଚାଯାଇଥିଲା। ଏହାବ୍ୟତୀତ ଅନ୍ୟ ଦିନମାନଙ୍କରେ ଅଲଗା ହୋଇଯାଇଥିବା ୨୪୮୯୬ ଜଣଙ୍କୁ ଖୋଜି ସେମାନଙ୍କ ସଂପର୍କୀୟଙ୍କ ନିକଟରେ ପହଞ୍ଚାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ