Saturday, April 11, 2026
37.5 C
Odisha

    ମହାନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

    ଆଗକୁ ପଢନ୍ତୁ

    ମହାନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ବଡ ସଫଳତା । ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ । ଏକ ଦରଜୀ ଷ୍ଟିକରରୁ ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ଯିବା ସହ ତାଙ୍କୁ ଗିରଫ କରିଛି । ତେବେ ମୃତ୍ୟୁର କାରଣ କ’ଣ ଅଛି ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନାହିଁ ।
    ସୂଚନାଯୋଗ୍ୟ, ଗତ ଶୁକ୍ରବାର କଟକ ସଦର ପରମହଂସ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ମହିଳା ଯେମିତି ଚିହ୍ନଟ ନହେବେ ସେଥିପାଇଁ ତାଙ୍କ ମୁହଁକୁ ନଷ୍ଟ କରି ଦେଇଥିଲା ଅଭିଯୁକ୍ତ । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ