Monday, October 19, 2026
23.2 C
Odisha

    ଅତୁଲ ସୁବାଷ ଆତ୍ମହତ୍ୟା ଘଟଣା: ପତ୍ନୀ ନିକିତାଙ୍କୁ ଗିରଫ କଲା ପୁଲିସ

    ଆଗକୁ ପଢନ୍ତୁ

    ଇଞ୍ଜିନିୟର ଅତୁଲ ସୁବାଷ ଆତ୍ମହତ୍ୟା ଘଟଣା । ଅତୁଲଙ୍କ ପତ୍ନୀ ନିକିତାଙ୍କୁ ଗିରଫ କଲା ପୁଲିସ । ନିକିତାଙ୍କ ସହ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ନିକିତାଙ୍କୁ ଗୁରୁଗ୍ରାମ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି ପ୍ରୟାଗରାଜ ପୁଲିସ୍ । ଗିରଫ ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଖବର ଅନୁଯାୟୀ, ଗତ ୯ ତାରିଖରେ ଜୀବନ ହାରିଥିଲେ ଉତ୍ତରପ୍ରଦେଶର ଜୌନପୁରର ଅତୁଲ ସୁବାଷ । ଅତୁଲ ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଭାବରେ କାର୍ଯ୍ୟରତ ଥିଲେ। ତେବେ ମୃତ୍ୟୁ ପୂର୍ବରୁ ଦେଢ ଘଣ୍ଟାର ଭିଡିଓ ଏବଂ ୨୪ ପୃଷ୍ଠାର ସୁଇସାଇଡ ନୋଟ ଛାଡି ଯାଇଥିଲେ। ଯେଉଁଥିରେ ସେ ନିଜ ଜୀବନ ହାରିବାର କାରଣ ଲେଖିଯାଇଥିଲେ । ଗତ ଅନେକ ଦିନ ହେବ ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ମାମଲା ଚାଲିଥିଲା । ମାମଲାର ଶୁଣାଣି ପାଇଁ ପ୍ରାୟ ୪୦ ଥର ବେଙ୍ଗଲୁରୁରୁ ଜୌନପୁର ଯାଇଥିଲେ ଅତୁଲ । ତଥାପି ନ୍ୟାୟ ମିଳି ନ ଥିଲା । ପ୍ରଥମେ ମାମଲା ସମାଧାନ ପାଇଁ ନିକିତାଙ୍କ ପରିବାର ୧ କୋଟି ଟଙ୍କା ମାଗିଥିଲେ ମଧ୍ୟ ପରେ ୩ କୋଟି ଦାବି କରିଥିଲେ । ଏପରିକି ପୁଅ ସହ ଦେଖା କରାଇବା ପାଇଁ ସ୍ତ୍ରୀ ନିକିତା ୩୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଅତୁଲଙ୍କ ଭାଇ ବିକାଶ କୁମାରଙ୍କ ଅଭିଯୋଗରେ ଅତୁଲଙ୍କ ପତ୍ନୀ ନିକିତା ସିଙ୍ଗାନିଆଙ୍କ ସମେତ ଚାରି ଜଣଙ୍କ ବିରୋଧରେ ବିଏନଏସର ଧାରା ୧୦୮ ଏବଂ ୩(୫) ଅନୁଯାୟୀ ପୁଲିସ ଏକ ଏଫଆଇଆର ପଞ୍ଜିକରଣ କରିଥିଲା। ନିକିତା ସିଙ୍ଗାନିଆ, ତାଙ୍କ ମାତା ନିଶା ସିଙ୍ଗାନିଆ, ଶଳା ଅନୁରାଗ ସିଙ୍ଗାନିଆ ଏବଂ ମାନସିକ ନିର୍ଯାତନା ଅଭିଯୋଗରେ ପରିବାର ଅଦାଲତର ବିଚାରପତିଙ୍କ ନାଁରେ ବି କର୍ଣ୍ଣାଟକରେ ଏଫଆଇର ରୁଜୁ ହୋଇଥିଲେ । ଏହାପରେ ଅତୁଲଙ୍କ ପତ୍ନୀ, ଶାଶୁ ଏବଂ ଶଳା ସମସ୍ତେ ଫେରାର ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ