Sunday, October 12, 2025
21.4 C
Odisha

    ମହାଳୟା ପାଇଁ ଉତ୍ସବମୁଖର ବିରଜା ପୀଠ, ଆସନ୍ତାକାଲିଠୁ ମାଙ୍କ ନବଦିନାତ୍ମକ ରଥଯାତ୍ରା

    ଆଗକୁ ପଢନ୍ତୁ

    ଯାଜପୁର : ମହାଳୟା ଅମାବାସ୍ୟାରେ ଯାଜପୁର ବିରଜା ପୀଠରେ ଥିବା ନାଭିଗୟାରେ ଶ୍ରଦ୍ଧାଳୁଙ୍କ ଭିଡ଼। ଦୂର ଦୂରାନ୍ତରୁ ଆସି ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ସକାଳୁ ସକାଳୁ ନାଭିଗୟାରେ ପ୍ରବଳ ଗହଳି ହୋଇଛି । ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

    ଅନ୍ୟପକ୍ଷରେ ମହାଳୟା ପରଦିନ ସକାଳେ ମା’ ବିରଜାଙ୍କ ରଥ ପ୍ରତିଷ୍ଠା ହେ ବ। ମହାଳୟା ଅବସରରେ ମା’ ବିରଜାଙ୍କ ରଥାଧିବାସ ହେବାକୁ ଥିବାବେଳେ ପ୍ରତିପଦଠାରୁ ୯ଦିନ ବ୍ୟାପୀ ରଥଯାତ୍ରା ଅନୁଷ୍ଠିତ ହେବ । ମା’ ବିରଜାଙ୍କ ରଥଯାତ୍ରା ସମଗ୍ର ଭାରତୀୟ ଶକ୍ତି ସଂସ୍କୃତିରେ ଏକ ବିରଳ ପରମ୍ପରା। କାରଣ ଅନ୍ୟ କୌଣସି ଶକ୍ତିପୀଠରେ ଏପରି ରଥଯାତ୍ରା ଦେଖାଯାଏ ନାହିଁ । ଅମାବାସ୍ୟା ପରଦିନ ଅର୍ଥାତ୍‌ ପ୍ରତିପଦ ତିଥିରେ ମା’ଙ୍କ ରଥ ପ୍ରତିଷ୍ଠା ହୋଇ ଅପରାହ୍ଣରେ ମନ୍ଦିର ଚାରିପଟେ ପରିକ୍ରମା କରିବ । ମା’ଙ୍କ ବିଜେ ପ୍ରତିମା ସିଂହଧ୍ବଜ ରଥରେ ବିରାଜମାନ କରିବେ । ମହାନବମୀ ତିଥି ହେଉଛି ରଥଯାତ୍ରାର ଅନ୍ତିମ ଦିନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.4 ° C
    21.4 °
    21.4 °
    87 %
    0.8kmh
    6 %
    Sun
    29 °
    Mon
    29 °
    Tue
    29 °
    Wed
    29 °
    Thu
    29 °

    ସମ୍ବନ୍ଧିତ