Sunday, March 22, 2026
23.7 C
Odisha

    ମହିଳା ମାଓବାଦୀଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା

    ଆଗକୁ ପଢନ୍ତୁ

    ମହିଳା ମାଓବାଦୀ ବନ୍ତୀ ରାଧାଙ୍କୁ ଗଣ ଦୁଷ୍କର୍ମ ପରେ ପ୍ରଜାକୋର୍ଟରେ ହତ୍ୟା ଘଟଣାକୁ ବିରୋଧକରି ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଗ୍ରାମରେ ବୁଧବାର ମାଓବାଦୀ ବିରୋଧୀ ପୋଷ୍ଟର ଲଗାଯାଇଛି। ମାଓବାଦୀ ସଚିବ ଗଣେଶ ଏବଂ ଅନ୍ୟ ୭ ସହଯୋଗୀ ସାଥୀଙ୍କ ଦ୍ୱାରା ରାଧାଙ୍କୁ ବଳାତ୍କାର ପରେ ନିର୍ମମ ହତ୍ୟା ଘଟଣାକୁ ଏହି ପୋଷ୍ଟରରେ ନିନ୍ଦା କରାଯାଇଥିବା ଉଲ୍ଲେଖ ରହିଛି। ରାଧାଙ୍କୁ ହତ୍ୟାର କାରଣ ପୋଲିସ ସୂଚନାଦାତା ବୋଲି ମାଓବାଦୀ ସଙ୍ଗଠନ ପକ୍ଷରୁ କୁହାଯାଇଥିଲା। ଘଟଣାର ତଦନ୍ତ ପରେ ପିପୁଲ ପିସ୍‌ ଫୋର୍ସ ଏହା ବଳାତ୍କାର ପରେ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲା।
    ବନ୍ତୀ ରାଧା ହତ୍ୟା ଘଟଣାର କିଛିଦିନ ପୂର୍ବରୁ ଛତିଶଗଡ଼ ଜିଲା କିଷ୍ଟାରାମ ଘଞ୍ଚ ଜଙ୍ଗଲରେ ମାଓବାଦୀ ନେତାଙ୍କ ଦ୍ୱାରା ରାଧାଙ୍କୁ ବଳାତ୍କାର କରାଯାଇଥିଲା। ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ଗତ ୧୯ ତାରିଖରେ ଛତିଶଗଡ଼ କିଷ୍ଟାରାମଠାରେ ପ୍ରଜାକୋର୍ଟରେ ସର୍ବ ସମ୍ମୁଖରେ ହତ୍ୟା କରାଯାଇଥିଲା ବୋଲି ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ପୋଷ୍ଟରରେ ଉଲ୍ଲେଖ ରହିଛି। ମାଓବାଦୀ ଆନ୍ଦୋଳନରେ ସାମିଲ ସମସ୍ତ ମହିଳାଙ୍କୁ ଆତ୍ମସମର୍ପଣ କରି ସାଧାରଣ ଜୀବନଯାପନ ନିମନ୍ତେ ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ଅପିଲ କରାଯାଇଛି। ଏହି ଆନ୍ଦୋଳନରେ ସାମିଲ ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ବିରୋଧ କରୁଛି। ଏହାର ଜବାବ ମାଓବାଦୀ ଅପରେଶନରେ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ