Friday, April 3, 2026
33.6 C
Odisha

    ମହୋଦଧିରେ ପାପ ଧୋଇଲେ ବରଗଡ଼ କଂସ

    ଆଗକୁ ପଢନ୍ତୁ

    ବରଗଡ଼ : ବରଗଡ଼ରେ ଧନୁଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ଗତକାଲି ପୁରୀ ଆସି ମହୋଦଧିରେ ପାପ ଧୋଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଅଭିନୟ ସମୟରେ ପ୍ରଭୁଙ୍କ ପ୍ରତି ଅନେକ କଟୁ ଭାଷା ପ୍ରୟୋଗ କରିଥିବାରୁ କ୍ଷମା ମାଗିଥିବା ଶ୍ରୀ ପ୍ରଧାନ କହିଛନ୍ତି। ପୁରୀରେ ପହଞ୍ଚିବା ପରେ ସେ ଗୋବର୍ଦ୍ଧନ ପୀଠକୁ ଯାଇଥିଲେ। ଏହାପରେ ମହୋଦଧିରେ ବୁଡ଼ ପକାଇବା ସହ ସୂର୍ଯ୍ୟଙ୍କୁ ଜଳଦାନ କରିଥିଲେ। ସମୁଦ୍ରରେ ପଇତା ବିସର୍ଜନ କରିଥିଲେ। ଶ୍ରୀଜୀଉଙ୍କୁ ଦର୍ଶନ କରି ଶ୍ରୀ ପ୍ରଧାନ ବରଗଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ଧନୁଯାତ୍ରା ଅନୁଦାନ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରିବା ସହ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାଛଡା ଧନୁଯାତ୍ରାର କିଛି ସଂଳାପ କହି ଲୋକଙ୍କ ମନୋରଞ୍ଜନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ