Saturday, April 11, 2026
27.5 C
Odisha

    ମାଉଣ୍ଟ ଆବୁ ହେବ ‘ଆବୁ ରାଜ’

    ଆଗକୁ ପଢନ୍ତୁ

    ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ରାଜ୍ୟର ଏକମାତ୍ର ହିଲ୍ ଷ୍ଟେସନ ମାଉଣ୍ଟ ଆବୁର ନାଁ ବଦଳାଇ ‘ଆବୁ ରାଜ୍’ କରିବା ନେଇ ଘୋଷଣା କରିଛନ୍ତି। ରାଜ୍ୟର ସାଂସ୍କୃତିକ ଓ ଐତିହାସିକ କୀର୍ତ୍ତିରାଜିକୁ ସମ୍ମାନ ଦେବା ପାଇଁ ୩ ପ୍ରମୁଖ ସହରର ନାଁ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ମାଉଣ୍ଟ ଆବୁ, ‘ଆବୁ ରାଜ୍’ ଭାବେ ଜଣାଯିବ। ସିରୋହୀ ଜିଲାସ୍ଥିତ ମାଉଣ୍ଟ ଆବୁକୁ କେବଳ ରାଜସ୍ଥାନ ନୁହେଁ, ବରଂ ସାରା ଦେଶରୁ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜହାଜପୁରର ନାଁ ବଦଳି ଯଜ୍ଞପୁର କରାଯିବ। ଭିଲୱାଡା ଜିଲାର ଏକ ଐତିହାସିକ ସ୍ଥାନ ଜହାଜପୁର ସହ ପ୍ରାଚୀନ ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ଯୋଡିହୋଇଛି। ସେହିଭଳି କାମା ନାଁ ପରିବର୍ତ୍ତନ ହୋଇ କାମବନ ହେବ। ରାଜସ୍ଥାନ ବିଧାନସଭାରେ ରାଜ୍ୟର ବଜେଟ୍ ଚର୍ଚ୍ଚା ସମୟରେ ୩ଟି ସହରର ନାଁ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ