Monday, October 19, 2026
21.6 C
Odisha

    ଏଣିକି ପ୍ରତି ଜିଲ୍ଲାରେ ପୁସ୍ତକ ମେଳା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପୁସ୍ତକମେଳା କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକମେଳା। ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା ପ୍ରାୟତଃ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ ହେବା ନେଇ ଯୋଜନା କରାଯାଇଛି। ସରକାରୀସ୍ତରରେ ପୂର୍ବରୁ କେବଳ ରାଜଧାନୀରେ ପୁସ୍ତକମେଳା ହେଉଥିବାବେଳେ ଏଣିକି ସମ୍ପ୍ରସାରଣ କରାଯିବ। ମେଳାରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି ଓ ଲେଖକ ସମ୍ମିଳନୀ, ବ୍ୟଙ୍ଗକବି ସମ୍ମିଳନୀ, ଶିଶୁ-ସାହିତ୍ୟିକ ସମ୍ମିଳନୀ ହେବ। ଏହାସହିତ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ତେବେ ପୁସ୍ତକମେଳା ନେଇ ବିଭାଗ ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ବିଶେଷ କରି ଏହାର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜିଲ୍ଲାସ୍ତରରେ କାର୍ଯ୍ୟନ୍ବୟନ କରାଯିବ। ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଜିଲ୍ଲାସ୍ତରରେ ସମସ୍ତ ସହଯୋଗ କରିବେ। ପୁସ୍ତକମେଳା ପାଇଁ ବାର୍ଷିକ ୩ କୋଟି ଟଙ୍କା ମିଳୁଥିବାବେଳେ ଚଳିତ ବର୍ଷ ବଜେଟରେ ୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଫଳରେ ପ୍ରତି ଜିଲ୍ଲାରେ ପୁସ୍ତକମେଳା କରାଯିବାକୁ ବିଭାଗ ସବୁଜ ସଙ୍କେତ ଦେଇଛି। ଜିଲ୍ଲାୱାରି ପୁସ୍ତକମେଳା ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ