Wednesday, March 18, 2026
22.7 C
Odisha

    ମାଓବାଦୀ ଅଞ୍ଚଳରେ ସୁରକ୍ଷିତ ପହଁଚିଲେ ପୋଲିଂ ଟିମ

    ଆଗକୁ ପଢନ୍ତୁ

    ସୋମବାର ଦିନ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ନିର୍ବାଚନ। ଜିଲ୍ଲାରେ ନିରପେକ୍ଷ ଏବଂ ଅବାଧ ନିର୍ବାଚନ ପରିଚାଳନା ସକାଶେ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଖଡିଆଳ ଏବଂ ନୂଆପଡାର ମୋଟ ୬୦୪ଗୋଟି ବୁଥରେ ପୋଲିଂ ଟିମ ପହନଚିଯାଇଛି।

    ଅଭୟାରଣ୍ୟ ଭିତରେ ୫ଟି ପୋଲିଂ ବୁଥ ସୁନାବେଡା, ଗାତିବେଡା, ଦେଓସିଲ, ସୋସେଙ୍ଗ, ଜାମଗାଁ ରହିଛି। ଖରିଆରରୋଡ ସ୍ଥିତ ଗୋତମା ଉଡାଜାହାଜ ପଡିଆରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୫ଟି ବୁଥର ପୋଲିଂ ପାର୍ଟିକୁ ଥରକୁ ୧୪ ଜଣ କରି ସୁନାବେଡାକୁ ପଠାଯାଇଛି। ସେମାନେ ସୁନାବେଡା, ସୋସେଙ୍ଗ ସିଆର୍‌ପିଏଫ୍‌ କ୍ୟାମ୍ପରେ ରାତ୍ରି ଯାପନ କରିବେ। ସୋମବାର ସକାଳେ ସୁରକ୍ଷା ବଳରେ ପୋଲିଂ ବୁଥକୁ ନେଇ ଛଡା ହେଲା ପରେ ଭୋଟିଂ କାର୍ଯ୍ୟ ଆରମ୍ଭ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ