Friday, March 13, 2026
28 C
Odisha

    ମାଣ୍ଡିଆ ବସ୍ତା ଭିତରେ ୮୦ ହଜାର ଟଙ୍କା ରଖିଥିଲେ ଚାଷୀ, ହାତୀ ଦେଲେ ଚୋବାଇ!

    ଆଗକୁ ପଢନ୍ତୁ

    ବିଷମ କଟକ: ସରକାରୀ ରେକର୍ଡରେ ଜଙ୍ଗଲ ବଢୁଛି। କିନ୍ତୁ ବାସ୍ତବ ଅଲଗା। ଜଙ୍ଗଲ ଅବକ୍ଷୟ ଓ ଖାଦ୍ୟର ଘୋର ଅଭାବ ଯୋଗୁଁ ଦିନକୁଦିନ ହାତିପଲ ଗାଁ ମୁହାଁ ହେଉଛନ୍ତି। ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ କିଛି କାମରେ ଆସୁନି। ଲୋକେ ସର୍ବଦା କ୍ଷତି ସହୁଛନ୍ତି। ଜବୀନକୁ ବାଜିରେ ଲଗାଇ ଦିନ କାଟୁଛନ୍ତି। ଗତ କିଛି ଦିନ ହେବ ରାୟଗଡ଼ଶ ଜିଲ୍ଲା ବିଷମକଟକ ବ୍ଲକର ବିଭିନ୍ନ ଗାଁରେ ହାତୀ ପଶି ଉପଦ୍ରବ କରୁଛନ୍ତି। ଗତ ସପ୍ତାହରେ ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ଗ୍ରାମ ପଂଚାୟତର ବାରିଗୁଡ଼ା ଗ୍ରାମରେ ଜଙ୍ଗଲି ହାତୀ ପଶି ଦିନ ତମାମ ରହିଯାଇଥିବା ବେଳେ ବର୍ତ୍ତମାନ ଭାପତପୁର ଗ୍ରାମ ପଂଚାୟତର କୁମ୍ଭାରବାଡ଼ି ଗାଁରେ କିଛି ଦୂର କଟରିଗୁଡ଼ା ଗାଁ ଦୁଇ ଦିନରେ ଦୁଇ ପରିବାରକୁ ସର୍ବସ୍ବାନ୍ତ କରିଦେଇଛନ୍ତି। ଗତକାଲି ରାତିରେ ନାରାୟଣ ହୁଇକାଙ୍କ ପରିବାର ଲୋକ ହାତୀପଲର ଗର୍ଜନ ଶୁଣି ଘର ଛାଡ଼ି ଅନ୍ୟତ୍ର ଲୁଚି ଯାଇଥିଲେ। ହାତୀପଲ ଘରମୁହାଁ ହୋଇ ଚାଳ ଛପର ଘରଟିକୁ ସଂପୂର୍ଣ୍ଣ ଭାଙ୍ଗିଦେବା ସହ ଘରେ ରହିଥିବା କଷ୍ଟ ଉପାର୍ଜୀତ ଧାନ, ଚାଉଳ, ମାଣ୍ଡିଆ,ଘରର ଆସବାବପତ୍ର ସୋଲାରଲାଇଟ ନଷ୍ଟ କରି ଦେଇଥିଲେ। କେବଳ ସେତିକି ନୁହେଁ,  ମାଣ୍ଡିଆ ବସ୍ତା ଭିତରେ ନାରାୟଣ ନଗଦ ୮୦ହଜାର ଟଙ୍କା ରଖିଥିଲେ। ତାକୁ ମଧ୍ୟ ହାତୀପଲ ଖାଇଦେଇଥିବା ନାରାୟଣ କହିଛନ୍ତି।

    ଘର ଭାଙ୍ଗିବା ପରେ ହାତୀପଲ ବଗିଚାରେ କଦଳୀ, ପଣସ ଏବଂ ଆମ୍ବ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀପଲ୍ ଦିନ ତମାମ ସେହି ସ୍ଥାନରେ ରହି ପୁଣି କାଲି ରାତିରେ ଲକି ପ୍ରସ୍କାଙ୍କ ଘର ଭାଙ୍ଗିଦେଇ ଘୋରେ ସଞ୍ଚିତ ଖାଦ୍ୟ ସାମଗ୍ରୀ ଖାଇଛନ୍ତି। ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି କ୍ଷୟକ୍ଷତିର ଆକଳନ କରିବା ସହ ହାତି ପାଦ ଚିହ୍ନକୁ ଚିହ୍ନଟ କରି ୨୪ରୁ ଊର୍ଦ୍ଧ୍ବ ହାତୀପଲ ରହିଥିବାର ସୂଚନା ଦେଇଛନ୍ତି। ହାତୀମାନେ ନିକଟସ୍ଥ ଜଙ୍ଗଲରେ ରହିଥିବା ମଧ୍ୟ ପ୍ରକାଶ କରିଛନ୍ତି।

    ହାତୀର ଗତବିଧି ଉପରେ ବନ ବିଭାଗ ନଜର ରଖିଥିବାବେଳେ ରାତ୍ରି ସମୟରେ ହାତୀ ଚଳପ୍ରଚଳ ଆରମ୍ଭ କରିବ ବୋଲି ସୂଚନା ରହିଛି। ତେବେ ସେହି ଜଙ୍ଗଲ ଦେଇ ଟ୍ରେନ୍ ଲାଇନ୍ ରହିଥିବା ବେଳେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳର ଗତି କମେଇ ଦିଆଯାଇଛି। ହାତୀମାନେ କଲ୍ୟାଣସିଂହପୁରସ୍ଥ ନିୟମିଗିରି ଜଙ୍ଗଲରୁ ଓହ୍ଲାଇ ଆସିଥିବା ବନ ବିଭାଗ ସୂଚନା ଦେଉଛି। ହାତୀପଲ ଗାଁ ନିକଟ ଜଙ୍ଗଲରେ ରହିଥିବାରୁ କୁମ୍ଭାରବାଡି ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ