Wednesday, March 18, 2026
21.1 C
Odisha

    ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । ​​​​​​​

    ରାଜ୍ୟସଭା ରେସ୍‌ରେ ଥିବା ଚେହେରାଙ୍କୁ ନେଇ ଏପଟେ ଚର୍ଚ୍ଚା ଜୋର୍, ସେପଟେ ୩ ପ୍ରମୁଖ ଦଳକୁ ଘାରିଛି ବିଭାଜନ ଭୟ । ଅନ୍ତର୍କନ୍ଦଳରେ ଘାରି ହେଉଥିବା ବିଜେଡି ଓ କଂଗ୍ରେସ ହୁଅନ୍ତୁ ଅବା ତୃଣମୂଳରେ ସଂଗଠନ ସଜାଡ଼ି ପାରୁନଥିବା ବିଜେପି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ୩ଟି ଯାକ ଦଳ ନିଜର ପ୍ରାର୍ଥୀ ନିଷ୍ପତ୍ତିକୁ ନେଇ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି ।

    ଗୋଟିଏ ପଟେ ରାଜ୍ୟସଭା ଚତୁର୍ଥ ଆସନକୁ ନେଇ ସରଗରମ ଚର୍ଚ୍ଚା ହେଉଥିବା ବେଳେ, ଅନ୍ୟପଟେ ଦଳ ଭିତରେ ବି ଚାଲିଛି ଛକାପଞ୍ଜା । ପାର୍ଟି ହାଇକମାଣ୍ଡଙ୍କ ଶୁଭଦୃଷ୍ଟି କାହା ଉପରେ ପଡ଼ିବ ଏବଂ କିଏ ଆସନ ହାତେଇବ, ତାକୁ ନେଇ ଚାଲିଛି ରିତିମତ କସରତ । ନିଜର ସମର୍ଥକଙ୍କ ସହ ଲବିରେ ମାତିଛନ୍ତି ସମସ୍ତ ଆଶାୟୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.1 ° C
    21.1 °
    21.1 °
    76 %
    2.2kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ