Monday, February 2, 2026
25.3 C
Odisha

    ମା’ ଝିଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ଦୋଷୀଙ୍କୁ ଆଜୀବନ ଜେଲ

    ଆଗକୁ ପଢନ୍ତୁ

    କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ମମିତା ଦାସ ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୭ ହଜାର ଟଙ୍କା ଜରିମାନା ଓ ଅନାଦାୟ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ରିକୁ ସାହୁ। ୨୦୧୭ ଏପ୍ରିଲ ୨୭ ତାରିଖ ରାତିରେ ତେଲକୋଇ ଥାନା ସିରିଗିଡା ଗ୍ରାମର ଭୂବନାନନ୍ଦ ନାୟକ ତାଙ୍କ ପରିବାର ଲୋକଙ୍କ ସହିତ ଶୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ରିକୁ ସାହୁ ଏକ ଟାଙ୍ଗିଆ ଧରି ତାଙ୍କ ଘରକୁ ଆସିଥିଲେ। ଏକ କୋଠରୀରେ ଭୂବନାଙ୍କ ସ୍ତ୍ରୀ କଳାବତୀ ଓ ତାଙ୍କର ୧୨ ବର୍ଷର ନାବାଳିକା ଝିଅ ସୀମା ଶୋଇଥିଲେ। ରିକୁ ମା’ ଓ ଝିଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ଅନ୍ୟ ଏକ କୋଠରୀରେ ଶୋଇଥିବା ଭୂବନା ଏବଂ ତାଙ୍କ ପୁଅ ବିଜୟଙ୍କୁ ମଧ୍ୟ ଟାଙ୍ଗିଆରେ ହାଣି ଗୁରୁତର କରି ଫେରାର ହୋଇଯାଇଥିଲେ। ଏନେଇ ଭୂବନା ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ରିକୁ, ତାଙ୍କ ବାପା ପ୍ରଶାନ୍ତ ସାହୁ, ମା’ ସତ୍ୟଭାମାଙ୍କୁୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବିଚାରପତି ରିକୁଙ୍କୁୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ପ୍ରଶାନ୍ତ ଏବଂ ସତ୍ୟଭାମାଙ୍କୁୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    29 %
    1.2kmh
    6 %
    Mon
    23 °
    Tue
    31 °
    Wed
    31 °
    Thu
    32 °
    Fri
    32 °

    ସମ୍ବନ୍ଧିତ