Friday, May 17, 2024
36.4 C
Odisha

    କମିଛି ଶିଶୁ ମୃତ୍ୟୁହାର ; ଟୀକାକରଣରେ ଆଗରେ ଓଡିଶା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର । ଏସଆରଏସ୍ ରିପୋର୍ଟରୁ ଓଡ଼ିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ସଫଳତା ପ୍ରକାଶ ପାଇଛି । ୨୦୦୮ ତୁଳନାରେ ୫୦ ପଏଣ୍ଟ କମିଛି ଶିଶୁ ମୃତ୍ୟୁହାର । ଆଗକୁ ଆସୁଥିବା ଇନଫାଣ୍ଟ ମୋର୍ଟାଲିଟି ରେଟ୍ ରିପୋର୍ଟରେ ଏହି ସଂଖ୍ୟା ଆହୁରି କମିଥିବା ନେଇ ଆଶା କରାଯାଇଛି। ଉଭୟ ଗର୍ଭବତୀ ମାଆ ଓ ଶିଶୁର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଯେଉଁଥିରେ ଟୀକାକରଣ ବଡ଼ ଭୂମିକା ନେଇଛି । ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଚାଲିଛନ୍ତ ରାଜ୍ୟ ସରକାର । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାର ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ । ଏହାକୁ ମିଶନ ମୋଡରେ କାର୍ଯ୍ୟକ୍ଷମ କରାଯାଉଥିବାରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି । ପାଞ୍ଚ ବର୍ଷରୁ କମ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରିବାରେ ଟୀକାକରଣର ଉଲ୍ଲେଖନୀୟ ଅବଦାନ ରହିଛି । ଏସଆରଏସ୍ ତଥ୍ୟ ଅନୁସାରେ ୫ ବର୍ଷରୁ କମ ଶିଶୁ ମୃତ୍ୟୁହାର ୨୦୦୮ରୁ ୨୦୨୦ ମଧ୍ୟରେ ୫୦ ପଏଣ୍ଟ ହ୍ରାସ ପାଇଛି । ୨୦୦୮ରେ ଏହା ୮୯ ଥିବାବେଳେ ୨୦୨୦ରେ ୩୯ ପଏଣ୍ଟକୁ ଖସିଛି । ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ସହ ଠିକ୍ ସମୟରେ ଟୀକାକରଣ କରାଯାଉଛି । ମମତା ଯୋଜନାରେ ଗର୍ଭବତୀ ମାଆମାନେ ଏବେଠାରୁ ୫ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ପାଇବେ । ରାଜ୍ୟରେ ପ୍ରତି ଶିଶୁର ଶତ ପ୍ରତିଶତ ଟୀକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ସରକାର। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡିଶାର ସମ୍ପୂର୍ଣ ଟୀକାକରଣ ହାର ୯୦.୫ ପ୍ରତିଶତ ଅଟେ । ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ