Tuesday, October 6, 2026
23.4 C
Odisha

    ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ବରଯାତ୍ରୀ ବସ୍, ଅନେକଙ୍କ ମୃତ୍ୟୁ ଆଶଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିପୁରରେ ଅଭାବନୀୟ ଘଟଣା ଘଟିଛି। ୧୧ ହଜାର କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ବସରେ ବରଯାତ୍ରୀ ଥିଲେ। ମଉର କୋପାରୁ ବରଯାତ୍ରୀ ନେଇ ବସ୍‌ଟି ମରଦହର ମହାହର ଧାମ ଯାଉଥିଲା। ଏହି ସମୟରେ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରାସ୍ତା ମଝିରେ ହିଁ ଜଳି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ମଧ୍ୟ ସାହାସ ଜୁଟାଇ ପାରିନଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    76 %
    1.6kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ