Thursday, October 2, 2025
25.9 C
Odisha

    ମା’ ବିରଜାଙ୍କ ନିଆରା ପରମ୍ପରା, ନିଶାର୍ଦ୍ଧ ରାତ୍ରରେ ସରିଲା ଲାଖବିନ୍ଧା ପର୍ବ

    ଆଗକୁ ପଢନ୍ତୁ

    ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ । ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ନବଦିନାତ୍ମକ ରଥଯାତ୍ରାର ସମାପ୍ତି ହୋଇଛି । ନବମୀ ରାତିରେ ମୁଖ୍ୟ ପୁରୋଧା ହିମାଶୁ ପତିମିଶ୍ରଙ୍କ ତତ୍ତ୍ବାବଧାନରେ ରୀତିନୀତି ଅନୁଯାୟୀ ପୂଜା ହୋଇଛି । ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀଙ୍କୁ ଶିରିପା ପିନ୍ଧାଯାଇଥିଲା । ରାତ୍ରିରେ ରଥ ଉପରେ ଯଥା ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା ।

    ମାଆଙ୍କ ବିଜେ ପ୍ରତିମାକୁ ରଥରୁ ଅବତରଣ କରାଯାଇ ବାଜା ବାଣ ରୋଷଣୀ ସହ ଘଣ୍ଟଘଣ୍ଟା ସଂକୀର୍ତ୍ତନ ହୁଳୁହୁଳିରେ ଏକ ବିରାଟ ପଟୁଆରେ ଲାଖବିନ୍ଧା ପଡିଆକୁ ନିଆଯାଇଥିଲା । ପରେ ପରମ୍ପରା ଅନୁସାରେ ସମାଜରୁ ପାପ ନାଶ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା । ଲାଖବିନ୍ଧା ପର୍ଵ ଅନୁଷ୍ଠିତ ପରେ ନଅରପଦା ଦେଇ ମାଙ୍କ ବିଜେପ୍ରତିମାକୁ ଶୋଭାଯାତ୍ରାରେ ଅଣାଯାଇଥିଲା । ନଅରପଦା ଗ୍ରାମବାସୀ ମାନଙ୍କ ଘରେ ଘରେ ଝୋଟି ମୁରୁଜ ପକାଇ ମାଙ୍କୁ ସ୍ୱାଗତ କରିବା ସହ ଦୀପ ଜାଳି ବନ୍ଦାପନା କରିଥିଲେ । ପରେ ମାଙ୍କ ବିଜେ ପ୍ରତିମାଙ୍କୁ ନଅ ଦିନ ପରେ ମନ୍ଦିର ପ୍ରବେଶ କରାଯାଇଥିଲା । ଏହି ପର୍ବ ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    100 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ