Wednesday, July 8, 2026
25.8 C
Odisha

    ମା’ ଭଟ୍ଟାରିକାଙ୍କ ପୀଠର ବେଢା ଛୁଇଁଲା ବନ୍ୟାଜଳ, ଉଛୁଳିଛି କୋଇଲିଘୁଘର ଜଳପ୍ରପାତ

    ଆଗକୁ ପଢନ୍ତୁ

    ନରସିଂହପୁର/ଝାରସୁଗୁଡ଼ା : ମା’ ଭଟ୍ଟାରିକାଙ୍କ ପୀଠର ବେଢା ଛୁଇଁଲା ବନ୍ୟାଜଳ । କଟକ ଜିଲ୍ଲା ବଡ଼ମ୍ବା ପ୍ରସିଦ୍ଧ ମା’ ଭଟ୍ଟାରିକା ପୀଠରେ ପହଂଚିଛି ବନ୍ୟା ପାଣି । ଆଉ ୭ରୁ ୮ଫୁଟ୍ ବନ୍ୟା ଜଳ ବଢ଼ିଲେ ମାଆ ମନ୍ଦିର ଛୁଇଁବ । ଏନେଇ ଭଟ୍ଟାରିକାଙ୍କ ପୂଜକ ସମାଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମନ୍ଦିରରେ ପାଣି ପଶିଲେ ଅସ୍ଥାୟୀ ପୂଜା ମଣ୍ଡପକୁ ମାଙ୍କୁ ସ୍ଥାନାନ୍ତର କରାଯିବ।

    ସେହିପରି ଲଗାଣ ବର୍ଷାରେ ଉଛୁଳିଲା ଜଳ ପ୍ରପାତ । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସ୍ଥିତ କୋଇଲିଘୁଘର ଜଳପ୍ରପାତ ଉଛୁଳିଛି । ଫଳରେ ନିକଟରେ ଥିବା ଶିବ ମନ୍ଦିର ଭିତରେ ବର୍ଷା ପାଣି ପ୍ରବାହିତ ହେଉଛି l ବର୍ଷା ପାଣି ଦେଖି ଭୟଭୀତ ସ୍ଥାନୀୟ ଲୋକ । କୋଇଲିଘୁଘର ଜଳପ୍ରପାତ ଦେଇ ବର୍ଷା ପାଣି ଅହିଡା ନାଳା ଦେଇ ହୀରାକୁଦ ରିଜର୍ଭରକୁ ପ୍ରବେଶ କରେ । ଲଗାତର ବର୍ଷା ହେବା ସହ ଯଦି ଜଳ ପ୍ରପାତ ଉଛୁଳେ ତେବେ ଅହିଡା ନାଳା ନିକଟରେ ଥିବା ଗାଁ ଗୁଡିକର ଚାଷଜମି ପ୍ରଭାବିତ ହେବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    85 %
    2.3kmh
    97 %
    Tue
    26 °
    Wed
    31 °
    Thu
    32 °
    Fri
    24 °
    Sat
    26 °

    ସମ୍ବନ୍ଧିତ