ଭୁବନେଶ୍ୱର : ଦରମା ନମିଳିବାରୁ ତୀବ୍ର ଅସନ୍ତୋଷ । ଦୁଇଦିନ ହେବ ଧାରଣାରେ ବସିଛନ୍ତି ୧୧୨ ଏମରଜେନ୍ସି କଲ୍ ସେଣ୍ଟରର କର୍ମଚାରୀ । ୧୦୦ରୁ ଅଧିକ କର୍ମଚାରୀ ଧାରଣାରେ ବସିଛନ୍ତି । ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚଳନ କେନ୍ଦ୍ର ଅଫିସ ସମ୍ମୁଖରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି ମଧ୍ୟ ଜାରି ରହିଛି । ୫ ମାସର ବକେୟା ଦରମା ଓ ୧୪ ମାସର EPF ଟଙ୍କା ନ ମିଳିଥିବା ସହ ଉଚ୍ଚ ପଦାଧିକାରୀଙ୍କ ଅତ୍ୟାଚାର ଅଭିଯୋଗ ଆଣିଛନ୍ତି କର୍ମଚାରୀ । ପୂର୍ବରୁ ୩ଟି ସିଫ୍ଟରେ ପ୍ରାୟ ୧୮୦ ଜଣ କର୍ମଚାରୀ କାମ କରୁଥିବା ବେଳେ, ବର୍ତ୍ତମାନ କେବଳ ୧୮ ଜଣଙ୍କ ଦ୍ୱାରା କଲ୍ ସେଣ୍ଟର ଚାଲୁଛି । ଫଳରେ ଅନେକ ଜରୁରୀ କଲ୍ ଡ୍ରପ୍ ହେଉଥିବା ଅଭିଯୋଗ ଆସିଛି ।
