Thursday, March 26, 2026
26.8 C
Odisha

    ମିସାଇଲ୍ ମାଡ଼ରେ ଭାରତୀୟଙ୍କ ମୃତ୍ୟୁ, ୩ ଜଣ ଆହତ

    ଆଗକୁ ପଢନ୍ତୁ

    ମିସାଇଲ୍ ମାଡ଼ରେ ଭାରତୀୟଙ୍କ ମୃତ୍ୟୁ । ୟୁଏଇର ରାଜଧାନୀ ଆବୁଧାବିରେ ଏକ ବଡ଼ ଧରଣର ମିସାଇଲ୍ ଆକ୍ରମଣ । ଏକ ବାଲିଷ୍ଟିକ ମିସାଇଲକୁ ଆକାଶମାର୍ଗରେ ଧ୍ୱଂସ କରାଯାଇଥିଲା, କିନ୍ତୁ ଏହାର ଭଙ୍ଗା ଅଂଶ ସ୍ୱେହାନ ଷ୍ଟ୍ରିଟ୍ ରେ ପଡ଼ିବାରୁ ଜଣେ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ଘଟିଛି । ୩ ଜଣ ଆହତମାନଙ୍କ ମଧ୍ୟରୁ କାହାର ଅବସ୍ଥା ଗୁରୁତର ଥିବାବେଳେ କାହାର ସାମାନ୍ୟ ରହିଛି ।

    ଆବୁଧାବି ମିଡିଆ ଅଫିସ୍ ସୂଚନା ଅନୁସାରେ, ୟୁଏଇର ପ୍ରତିରକ୍ଷା ବାହିନୀ ଶତ୍ରୁପକ୍ଷର ମିସାଇଲକୁ ସଫଳତାର ସହ ଆକାଶରେ ହିଁ ମାରି ଖସାଇ ଦେଇଥିଲା । କିନ୍ତୁ ସେହି ମିସାଇଲର ଖଣ୍ଡଗୁଡ଼ିକ ଜନବସତି ଅଞ୍ଚଳରେ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ମିସାଇଲ୍ ଅଂଶ ପଡ଼ିବା ଫଳରେ ସେଠାରେ ଥିବା ଅନେକ ଗାଡ଼ି ମଧ୍ୟ ନଷ୍ଟ ହୋଇଛି । ଆବୁଧାବି ମିଡିଆ ଅଫିସ୍ ସୂଚନା ଅନୁସାରେ, ୟୁଏଇର ପ୍ରତିରକ୍ଷା ବାହିନୀ ଶତ୍ରୁପକ୍ଷର ମିସାଇଲକୁ ସଫଳତାର ସହ ଆକାଶରେ ହିଁ ମାରି ଖସାଇ ଦେଇଥିଲା ।

    କିନ୍ତୁ ସେହି ମିସାଇଲର ଖଣ୍ଡଗୁଡ଼ିକ ଜନବସତି ଅଞ୍ଚଳରେ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। କୌଣସି ଗୁଜବ ଉପରେ ବିଶ୍ୱାସ ନକରି କେବଳ ସରକାରୀ ସୂଚନାକୁ ଗ୍ରହଣ କରନ୍ତୁ ବୋଲି ୟୁଏଇ ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ମୃତକଙ୍କ ପରିବାରକୁ ଜଣାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଗତକିଛି ସପ୍ତାହ ଧରି ସେହି ଅଞ୍ଚଳରେ ଚାଲିଥିବା ସଂଘର୍ଷ ଯୋଗୁଁ ଏଭଳି ଆକ୍ରମଣ ବାରମ୍ବାର ହେଉଛି । ଯଦିଓ ୟୁଏଇର ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ଆକ୍ରମଣକୁ ରୋକିବାରେ ସଫଳ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ