Friday, April 3, 2026
39 C
Odisha

    ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍‌ରିୱାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ । ଅବକାରୀ ନୀତି ଘୋଟାଲା ମାମଲାରେ ଜାମିନ ମିଳିବା ପରେ କେଜ୍‌ରିୱାଲ ଏହି ନିଷ୍ପତି ନେଇଥିଲେ। ଏଥିସହିତ ଏଏପି ଆତିଶି ମରଲେନାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନା କରିଛି । ମଙ୍ଗଳବାର ବିଧାୟକ ଦଳ ବୈଠକରେ ଆତିଶିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା।
    କେଜ୍ରିୱାଲଙ୍କ ଇସ୍ତଫା ପରେ ଆତିଶି କହିଛନ୍ତି, ଭାଜପା ଆମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛି। ଆତିଶି କେଜ୍‌ରିୱାଲଙ୍କ ନିଷ୍ପତ୍ତିକୁ ବିଶ୍ୱ ଗଣତାନ୍ତ୍ରିକ ଇତିହାସର ସବୁଠାରୁ ବଡ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଏହାପରେ ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ‘ସେମାନେ ସମସ୍ତ ସରକାରୀ ଏଜେନ୍ସି ଅରବିନ୍ଦ ଜୀଙ୍କ ପଛରେ ପକାଇ ଦେଇଛନ୍ତି। ସେ ୬ ମାସ ଜେଲରେ ଥିଲେ। ତେବେ ଅରବିନ୍ଦ ଜିଙ୍କ ସ୍ଥାନରେ ଆଉ କେହି ଥିଲେ, ସେ ଜେଲରୁ ମୁକୁଳିବା ପରେ ତୁରନ୍ତ ଚେୟାରରେ ବସିଥାନ୍ତେ। ଏହି କାରଣରୁ ଦିଲ୍ଲୀର ଲୋକମାନେ ବହୁତ ଦୁଖିତଃ। କିନ୍ତୁ ଏଥର ସେମାନେ କେଜ୍‌ରିୱାଲଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ