Monday, September 28, 2026
30.3 C
Odisha

    ସୁଭଦ୍ରା ଯୋଜନା ଶୁଭାରମ୍ଭକୁ ଆସି ବଡ଼ ଘୋଷଣା କରିଦେଲେ ମୋଦି; କିଏ କିଏ ପାଇବେ ଲାଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଜନତା ମଇଦାନରେ ଏହାର ଉଦ୍‌ଘାଟନୀ ଉତ୍ସବ ପାଳନ ହୋଇଛି। ତେବେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ କଣ ନାହିଁ ? ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇରହିଛି। ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି। ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳିବ। ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ। ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ। ମୋଦି ନିଜ ଗ୍ୟାରେଣ୍ଟି ପୂରା କରି ଦେଖାଉଛି ବୋଲି ସେ କହିଛନ୍ତି।
    ପିଏମ ଆହୁରି କହିଛନ୍ତି, ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ। ୫ ବର୍ଷରେ ଓଡ଼ିଶାରେ ରେଳ ଓ ରୋଡ୍‌କୁ ନୂଆ ସୋପାନକୁ ନେବୁ। ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ। ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ। ଆଗାମୀ ଦିନରେ ସମସ୍ତେ କହିବେ ସୁନାର ଓଡ଼ିଶା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ