Thursday, January 1, 2026
19.3 C
Odisha

    ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ । ୧୯୯୧ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗ । ଓଡ଼ିଶାର ପ୍ରଥମ ମହିଳା ଚିଫ ସେକ୍ରେଟାରୀ ଭାବେ ଇତିହାସ ରଚିଛନ୍ତି । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।  ଏହା ମୋ ପାଇଁ ଗୋଟିଏ ବଡ଼ ସୁଯୋଗ ବୋଲି ଦାୟିତ୍ବ ନେବା ପରେ ଅନୁ ଗର୍ଗଙ୍କ ପ୍ରତିକ୍ରିୟା ରଖିଛନ୍ତି । ଚ୍ୟାଲେଞ୍ଜ ଅନେକ, ସୂଚାରୁ ରୁପେ ତୁଲାଇବାକୁ ଚେଷ୍ଟା କରିବି । ବିକଶିତ ଓଡ଼ିଶା ପାଇଁ ୨୦୩୬ ଭିଜନ ତିଆରି କରିଛୁ ।

    ୨୦୩୬ ଭିଜନକୁ ନେଇ କାର୍ଯ୍ୟ କରାଯିବ। ଦେଶ ଓ ରାଜ୍ୟର ଭିଜନ ପୂରଣ ପାଇଁ ଚେଷ୍ଟା କରିବି । ଏଥିରେ ସମସ୍ତଙ୍କ ସହଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଁଚିବା ପରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ,ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵାଗତ କରାଯାଇଥିଲା । ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ନୂଆ ଦାୟିତ୍ଵକୁ ନେଇ ସେ ଓଡ଼ିଶା ବାସୀଙ୍କୁ ସେବା ଯୋଗାଇବେ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.3 ° C
    19.3 °
    19.3 °
    32 %
    1.5kmh
    0 %
    Thu
    18 °
    Fri
    28 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ