Friday, October 24, 2025
27.8 C
Odisha

    ମୁହଁରେ ବ୍ରଣ ଏବଂ ଦାଗ ପାଇଁ ଆପଣାନ୍ତୁ ଏହି ସବୁ ପଦାର୍ଥ

    ଆଗକୁ ପଢନ୍ତୁ

    ସବୁ ବର୍ଗର ଲୋକମାନଙ୍କ ପାଇଁ ସେମାନଙ୍କ ତ୍ବଚା ବହୁତ ଗୁରୁତ୍ବ ବହନ କରିଥାଏ । ତ୍ବଚା ପାଇଁ ଲୋକେ ବହୁତ କିଛି ଉପାୟ ଆପଣାଇଥାନ୍ତି । ଆଜିକାଲି ପ୍ରାୟତଃ ଲୋକଙ୍କ ତ୍ବଚାରେ ବ୍ରଣ ହେବା କାରଣରୁ, ସେମାନେ ବହୁତ କିଛି ଦାମିକିଆ କ୍ରିମ୍ ,ଲୋସନ ଏବଂ ଔଷଧର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି । ହେଲେ ଏମିତି କିଛି ପଦାର୍ଥ ରହିଛି ଯାହା ଅତି କମ୍ ଦାମ୍ ହୋଇଥିବାବେଳେ ଏହା ତ୍ବଚାରୁ ବ୍ରଣ ଦାଉରୁ ରକ୍ଷା କରିବାରେ ବିଶେଷ କାର୍ଯ୍ୟକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି ରହସ୍ୟମୟ ପଦାର୍ଥ, ଯାହାର ସାହାଯ୍ୟ ନେଇ ଆପଣ ସୁନ୍ଦର ଦେଖାଯିବା ସହ ବ୍ରଣରୁ ମଧ୍ୟ ରକ୍ଷା ପାଇପାରିବେ ।

    ଅଲିଭ୍ ଅଏଲ୍:ଅଲିଭ୍ ଅଏଲ୍, କିମ୍ବା ଏହାର ଲୋସନ ତ୍ବଚାରେ ଲଗାଇଲେ ଅନେକ ଫାଇଦା ମିଳିଥାଏ । ଏଥିସହ ବ୍ରଣ ମଧ୍ୟ ଦୂର ହେବାକୁ ଲାଗେ । ଯଦି ଆଣ ଏହାକୁ ଦୈନନ୍ଦିନ ଲଗାନ୍ତି ତେବେ ବ୍ରଣରୁ ରକ୍ଷା ପାଇପାରିବେ ।

    ଲେମ୍ବୁ:ଲେମ୍ବୁ ରସ ବ୍ରଣ ପାଇଁ ବହୁତ ଭଲ କାମ କରିଥାଏ ଏବଂ ତ୍ବଚାରେ ଚମକ ଆଣିଥାଏ ।

    ତରଭୁଜ:ତରଭୁଜ ତ୍ବଚାରେ ବ୍ରଣକୁ ହଟାଇବା ପାଇଁ ବେଶ୍ ଉପଯୋଗୀ ଅଟେ । ଏଥିରେ ଭିଟାମିନ୍ ଏ, ବି ଏବଂ ସି ଭରପୁର ମାତ୍ରାରେ ରହିଥାଏ ଯାହା ତ୍ବଚା ପାଇଁ ବିଶେଷ ସାହାଯ୍ୟକାରୀ ହେବା ସହ ତ୍ବଚାକୁ ଚମକାଇଥାଏ । ଏଥିସହ ଏହା ବ୍ରଣରୁ ବ୍ୟାକ୍ଟେରିଆକୁ ନଷ୍ଟ କରିବା ସହ ଦାଗ ଦୂର କରିଥାଏ ।

    କ୍ଷୀରଜାତୀୟ ଖାଦ୍ୟ :କିଛି କ୍ଷୀରଜାତୀୟ ଖାଦ୍ୟ ଖାଇବା ଦ୍ବାରା ତ୍ବଚା ସୁସ୍ଥ ଏବଂ ଭଲ ରହିଥାଏ । କ୍ଷୀର ଜାତୀୟ ଖାଦ୍ୟରେ ଭିଟାମିନ୍ ଏ ରହିଥାଏ, ଯାହା ସୁସ୍ଥ ତ୍ବଚା ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହୋଇଥାଏ ।

    ଷ୍ଟ୍ରବେରୀ:ଷ୍ଟ୍ରବେରୀରେ ଭିଟାମିନ୍ ବି, ଆଣ୍ଟିଅକ୍ସିଡେଣ୍ଟ ଏବଂ ପାଇବର ଭରପୂର ହୋଇ ରହିଛି । ଏହି ଫାଇଟୋକେମିକାଲସ୍ ତ୍ବଚା ପାଇଁ ସୁରକ୍ଷିତ ଅଟେ ।

    ଦହି:ଦହିରେ ଆଣ୍ଟିଫଙ୍ଗଲ ଏବଂ ଜୀବାଣୁ ବିରୋଧୀ ଗୁଣ ରହିଛି, ଯାହା ତ୍ବଚାକୁ ସଫା କରିବା ସହ ବ୍ରଣରୁ ରକ୍ଷା କରିଥାଏ ଏବଂ ଦାଗ ଦୂର କରିଥାଏ ।

    ୱାଲନଟ୍ କିମ୍ବା ଅଖରୋଟ୍:ନିୟମିତ ଭାବେ ଅଖରୋଟ ଖାଇବା ଦ୍ବାରା ତ୍ବଚାରୁ ତେଲିଆପଣ ଏବଂ ନରମତାରେ ସୁଧାର ଆଣିବା ପାଇଁ ସାହାଯ୍ୟ କରିଥାଏ । ଅଖରୋଟର ତେଲରେ ମଧ୍ୟ ଲେନୋଲେଇକ ଏସିଡି ରହିଥାଏ । ଯାହା ତ୍ବଚାର ଚମକକୁ ତିଆରି କରିବାରେ ସାହାଯ୍ୟ କରିବାସହ ଏହାକୁ ହାଇଡ୍ରେଟେଡ୍ ରଖିଥାଏ ।

    ସେଓ:ସେଓରେ ବହୁତ ସାରା ପ୍ରୋଟିନ୍ ରହିଛି ଏବଂ ଏହା ବ୍ରଣକୁ ବହୁଶୀଘ୍ର ଗାୟବ କରିବାର କ୍ଷମତା ମଧ୍ୟ ରହିଛି । ଆପଣମାନେ ଜାଣିରଖନ୍ତୁ ଯେ, ତ୍ବଚା ପାଇଁ ସେଓ ଖାଇବା ଜରୁରୀ । କାରଣ ପ୍ରୋଟିନ୍ ସୁସ୍ଥ ତ୍ବଚା ପାଇଁ ବହୁତ ଦରକାରୀ ହୋଇଥାଏ ।

    ପାଣି:ପାଣି ଆପଣଙ୍କ ଶରୀରରେ ପୋଷଣ ଆଉ ଅକ୍ସିଜେନ୍ ରଖିଥାଏ । ତ୍ବଚାକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବା ସହ ବିଶେଷ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । ତେଣୁ ଠିକ୍ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.8 ° C
    27.8 °
    27.8 °
    66 %
    1.5kmh
    26 %
    Fri
    30 °
    Sat
    29 °
    Sun
    29 °
    Mon
    29 °
    Tue
    23 °

    ସମ୍ବନ୍ଧିତ