Friday, March 27, 2026
31.5 C
Odisha

    ମୃତ୍ୟୁର ଏକ ମାସ ପରେ ଦୁବାଇରୁ ଘରେ ପହଁଚିଲା ମୃତଦେହ, ଗାଁରେ ଶୋକାକୁଳ ପରିବେଶ

    ଆଗକୁ ପଢନ୍ତୁ

    ଚାନ୍ଦବାଲି : କାମ କରିବାକୁ ଦୁବାଇ ଯାଇଥିଲେ । କାମ କରି ଟଙ୍କା ଆଣିଲେ ଘରର ଛାତ ପଡିବ ବୋଲି କହିଯାଇଥିଲେ । ହେଲେ ଶବ ହୋଇ ଫେରିଲେ ଗାଁକୁ । ପାଖାପାଖି ଏକ ବର୍ଷ ହେବ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଂଚାୟତ ଉତୁକୁଡା ଗାଁର ବୀରଭଦ୍ର ନାୟକ କାମ କରିବାକୁ ଦୁବାଇ ଯାଇଥିଲେ । ସେଠାରେ ସେ ଏକ କମ୍ପାନୀରେ ପ୍ଲମ୍ବର ଭାବେ କାର୍ଯ୍ୟ କରୁଥିଲେ । ଗତ 27 ତାରିଖ ଦିନ ଭିଡିଓ କଲ କରି ପରିବାର ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ ।

    ହେଲେ ଫେବୃଆରୀ ମାସ 27 ତାରିଖ ରାତିରେ କାମ କରୁ କରୁ ଖସି ପଡିବାରୁ ବୀରଭଦ୍ରଙ୍କର ମୃତ୍ୟୁ ଘଟିଥିବା ଖବର ଘରକୁ ଆସିଥିଲା । ପାଖାପାଖି ଏକ ମାସ ହେବ ବୀରଭଦ୍ରଙ୍କର ମୃତ ଦେହ ଫେରିବା ବାଟକୁ ଅନାଇ ବସିଥିଲେ ପରିବାର ଲୋକଙ୍କ ସହ ସାହି ପଡିସା । ଆଜି ଗାଁରେ ମୃତ ଦେହ ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସାରା ପରିବେଶ ।

    ପୁଅକୁ ଦେଖିବା ପାଇଁ ଦିନ ରାତି କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିନଥିଲା ବୁଢ଼ୀ ମା’ର । ଆଜି ପୁଅର ମୃତ ଦେହ ଦେଖିବା ପରେ ମା’ ଓ ସ୍ତ୍ରୀ ବାହୁନି ବାହୁନି କାନ୍ଦି କାନ୍ଦି ବେହୋସ ହୋଇପଡିଥିଲେ । ଅନ୍ୟପଟେ ବୀରଭଦ୍ରଙ୍କ ମୃତ ଦେହ ସଠିକ ସମୟରେ ଫେରିନଥିବାରୁ ଏକ କୁଶ ପୁତ୍ତଳିକା ବନାଇ ସୁଧକ୍ରିୟା କାମ କରିଥିଲେ ପରିବାର ଲୋକେ ।

    ଶୁଦ୍ଧିକ୍ରିୟାର 19 ଦିନ ପରେ ସରକାରଙ୍କ ଉଦ୍ୟମରେ ଗାଁରେ ପହଞ୍ଚିଥିଲା ମୃତଦେହ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ମୃତଦେହ ଆସିବାରେ ବିଳମ୍ବ ହୋଇଥିଲା । ମୃତଦେହ ପହଂଚିବା ପରେ ଗାଁରେ ଅତିରିକ୍ତ ଶ୍ରମ ଅଧିକାରୀ ପହଂଚି ସମବେଦନା ଜଣାଇବା ସହ ଯାହା ସରକାରୀ ସାହାଯ୍ୟ ମିଳିବା କଥା ମିଳିବ ବୋଲି ଜଣାଇଥିଲେ । ଅନ୍ୟପଟେ ବୀରଭଦ୍ରଙ୍କୁ ତୁରନ୍ତ କ୍ଷତିପୂରଣ କିପରି ମିଳିବ ତାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ