Saturday, April 4, 2026
29 C
Odisha

    ମେଟ୍ରୋ ପ୍ରକଳ୍ପ ବନ୍ଦ ହେବନି ଏହାର ପରିସର ବୃଦ୍ଧି କରାଯିବ: ନଗର ଉନ୍ନୟନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପକୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଇଛି ସେନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା ତ୍ରିସୁଳିଆ ପର୍ଯ୍ୟନ୍ତ କରିଥିଲେ,ଏହା କେତେଦୂର କାର୍ଯ୍ୟକ୍ଷମ ହେବ। ଟେକ୍ନିକାଲ ଲୋକଙ୍କୁ ରଖି ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି। ଏୟାରପୋର୍ଟରୁ ତ୍ରିସୁଳିଆ ପର୍ଯ୍ୟନ୍ତ କରାଯାଇଥିଲା, ଏହା କେତେଦୂର ଯୁକ୍ତିଯୁକ୍ତ। ଲୋକେ ତ୍ରିସୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ, କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି।

    ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି। କମିଟି ଅନୁଧ୍ୟାନ କରୁଛି ଏବଂ ଏହାର ପରିଧିକୁ ବିସ୍ତୃତ କରାଯିବ ଏବଂ ଏହି ପ୍ରକଳ୍ପକୁ ବାତିଲ କରାଯିବ ନାହିଁ। ଲୋକଙ୍କ ସରକାର ଲୋକଙ୍କର ଯାହା ଆବଶ୍ୟକତା ତାହା କରାଯିବ। ନନ୍ଦନକାନନ ରୋଡ଼ରେ ତିନିଥାକିଆ ରୋଡ଼ ହେବ ଏବଂ ତା ସହିତ ମେଟ୍ରୋ ମଧ୍ୟ ଚାଲିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ