Thursday, May 15, 2025
33.3 C
Odisha

    ମେଥି ପାଣିରେ ରହିଛି ଅନେକ ଔଷଧୀୟ ଫାଇଦା, ସୁଗାର ଲେବଲ ସହିତ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିଥାଏ

    ଆଗକୁ ପଢନ୍ତୁ

    ମେଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଦ୍ବାରା ଆୟୁର୍ବେଦିକ ଔଷଧ ବୋଲି ମନାଯାଇଥାଏ । ସାଧାରଣତଃ ମେଥି ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଯିବ । ମେଥି ପାଟିକୁ ପିତା ଲାଗିପାରେ ସତ କିନ୍ତୁ ଦେହ ପାଇଁ ଉପଯୋଗୀ । ଯାହା ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ମେଥିକୁ ଲୋକେ ଅନେକ ଉପାୟରେ ବ୍ୟବହାର କରିଥାନ୍ତି । କେହି କେହି ମେଥି ଶାଗ ଖାଆନ୍ତି ତ ଆଉ ପୁଣି କେହି ପକୁଡି ବନାଇ ଖାଇଥାନ୍ତି । ଏହା ଛଡା ମେଥି ଦାନାକୁ ଭଲ ଚୁଟି ପାଇଁ ବ୍ୟବହାର କରିଥାନ୍ତି । ଏଥିରେ ଅନେକ ଫୋଷକ ତତ୍ତ୍ବ ଭରୁପୁର ମାତ୍ରାରେ ରହିଥାଏ । ମେଥି ଅନେକ ସମସ୍ୟାରୁ ରକ୍ଷା କରିଥାଏ । ମେଥି ପାଣି ଆମ ଶରୀରରେ କେଉଁ ପ୍ରକାର ପ୍ରଭାବ ପକାଉଛି ତେବେ ଆସନ୍ତୁ ସେସମ୍ପର୍କରେ ଜାଣିବା ।

    ମେଥି ପାଣିର ଫାଇଦା :

    ମଣିଷ ଶରୀରକୁ ବିଭିନ୍ନ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ଆବଶ୍ୟକ । ଯାହା ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ । ତେବେ ପୋଷକର ମାଧ୍ୟମ ହେଉଛି ଫଳ,  ପନିବରିବା, ଅଣ୍ଡା ଓ ମାଂସ । ଏ ସବୁରୁ ପ୍ରଚୁର ପୋଷକ ତତ୍ତ୍ୱ ମିଳିଥାଏ ।  ଠିକ୍‌ ସେହିଭଳି ମେଥି । ଏହାକୁ ରୋଷଇରେ ବ୍ୟବହାର କରାଯାଏ  । କିନ୍ତୁ ଏହା ଔଷଧ ଭଳି ମଧ୍ୟ କାମ କରେ ।ମେଥି ଦାନାରେ ଫାଇବର, ଭିଟାମିନ୍ ଏ ଏବଂ ଭିଟାମିନ୍ ଡି ଭରପୂର ରହିଥାଏ । ମେଥିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ରହିଥାଏ । ବ୍ଲଡପ୍ରେସର ଏବଂ ଡାଇବେଟିସ୍ ରୋଗୀଙ୍କଠାରେ ଜବରଦସ୍ତ ଫାଇଦା ଦେଖିବାକୁ ମିଳିଥାଏ ।

    ଗ୍ଲୁକୋଜର ମାତ୍ରା :

    ସୁଗାରକୁ ନିୟନ୍ତ୍ରଣ କରି ରକେ ମେଥି ପାଣି । ମେଥି ପାଣି ପିଇବା ଦ୍ବାରା ଗ୍ଲୁକୋଜର ମାତ୍ରାକୁ କମ୍ କରି ଡାଇବେଟିସକୁ କଣ୍ଟ୍ରୋଲ ରଖେ । ଏହା ସହିତ ମେଥିରେ ଫାଇବର ଗୁଣ ଥିବାରୁ ଶରୀରରେ ଚିନିର ମାତ୍ରାକୁ ଠିକ୍ ରଖିଥାଏ ।

    ଇନସୁଲିନ ମାତ୍ରା :

    ମେଥି ପାଣି ପିଇବା ଦ୍ବାରା ଇନସୁଲିନ ମାତ୍ରାକୁ ବଢାଇଥାଏ । ଯାହାଫଳରେ ଡାଇବେଟିସ ନିୟନ୍ତ୍ରଣ ହୋଇ ରହିଥାଏ । ପ୍ରତିଦିନ ସକାଳୁ ମେଥି ପାଣି ପିଇବାକୁ ବିଶେଷଜ୍ଞନମାନେ ପରାମର୍ଶ ଦେଉଛନ୍ତି । କାରଣ ଦିନସାରା ଶରୀରରେ ଥିବା ସୁଗାର ଲେବଲକୁ ନିୟନ୍ତ୍ରଣ କରିରଖିଥାଏ ।

    କୋଲେଷ୍ଟ୍ରୋଲରେ ନିୟନ୍ତ୍ରଣ :

    ଯଦି ନିୟମିତ ଏହି ମେଥି ପାଣିକୁ ପିଅନ୍ତି ତେବେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ ରଖେ । ଏଥି ସମେତ ହାର୍ଟ ରୋଗୀଙ୍କୁ ପାଇଁ ମଧ୍ୟ ଲାଭପ୍ରଦ ହୋଇଥାଏ । ଆହୁରି ମଧ୍ୟ ଫାଇଦା ଦେଇଥାଏ । ଓଜନକୁ ନେଇ ସମସ୍ୟା ଥିବା ଲୋକ ପ୍ରତିଦିନ ମେଥି ପାଣି ପିଇଲେ ଓଜନ ମଧ୍ୟ ହ୍ରାସ କରିଥାଏ । ଓଜନ ହ୍ରାସ ପାଇଁ ଖୁବ୍ ଲାଭଦାୟକ । ଅତ୍ୟଧିକ ଭୋକ କମାଇ ସଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

    ଡାଇବେଟିସ ରୋଗୀ ପାଇଁ କିପରି ପ୍ରସ୍ତୁତ କରିବେ ମେଥି ପାଣି :

    ପ୍ରଥମେ ମେଥି ଦାନାକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ । ଏହା ପରେ ତା’ପରଦିନ ସେହି ପାଣିକୁ ଛାଣି ପିଅନ୍ତୁ । ଏହା ବ୍ୟତୀତ ମେଥି ଚା ମଧ୍ୟ କରି ପିଇପାରିବେ । ଯାହା ଡାଇବେଟିସ ରୋଗୀଙ୍କୁ ଜବରଦସ୍ତ ଫାଇଦା ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.3 ° C
    33.3 °
    33.3 °
    42 %
    0.4kmh
    17 %
    Thu
    40 °
    Fri
    42 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ