ଟି୨୦ ବିଶ୍ବକପ ୨୦୨୬ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ରବିବାର ମାର୍ଚ୍ଚ ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳିବେ ଦୁଇ ଟିମ୍ । ଏହି ଫାଇନାଲ ମ୍ୟାଚକୁ ନେଇ କ୍ରିକେଟ ବିଶେଷଜ୍ଞଙ୍କ ଚର୍ଚ୍ଚା ଜୋର ଧରିଛି । ଦକ୍ଷିଣ ଆଫ୍ରିକାର ମହାନ୍ ଖେଳାଳି ଏବି ଡିଭିଲିୟର୍ସ ବୟାନ ଦେଇଛନ୍ତି । ଡିଭିଲିୟର୍ସ ସ୍ପଷ୍ଟ ଭାବେ କହିଛନ୍ତି, ଭାରତ ଫାଇନାଲ ମ୍ୟାଚ ନିଶ୍ଚିତ ଜିତିବ ।
ଡିଭିଲିୟର୍ସ କହିବା ମୁତାବକ, ଫର୍ମ ଏବଂ ଘରୋଇ ପରିସ୍ଥିତିକୁ ଦେଖି ଟିମ୍ ଇଣ୍ଡିଆକୁ ବିଶ୍ବ ବିଜେତା ହେବାର ସୁବର୍ଣ୍ଣ ସୁଯୋଗ । ନ୍ୟୁଜିଲାଣ୍ଡ ପାଖରେ ମଜବୁତ ଟିମ୍ ଇଣ୍ଡିଆକୁ ହରାଇବାର କମ୍ ସୁଯୋଗ ରହିଛି । କିୱି ଟିମ୍ ପାଖରେ କେବଳ ୧୦ରୁ ୨୦ ପ୍ରତିଶତ ସୁଯୋଗ ରହିଛି । ଭାରତକୁ ହରାଇବା ହେଲେ ନିଜ ଜୀବନର ସବୁଠାରୁ ଶ୍ରେଷ୍ଠ କ୍ରିକେଟ ଖେଳିବାକୁ ହେବ ।
ଭାରତୀୟ ଟିମରେ ବୁମରା ସବୁଠାରୁ ବଡ଼ ଅସ୍ତ୍ର । ବୁମରାଙ୍କ ବୋଲିଂ ଏବଂ ଚାପକୁ ହ୍ୟାଣ୍ଡେଲ କରିବା ଜରୁରୀ । ବୁମରା ଖେଳର ପ୍ରତିଟି ମୁହୂର୍ତ୍ତକୁ ଭଲଭାବେ ପଢନ୍ତି । ଏପରି ସ୍ଥଳେ କ୍ବିଓି ଟିମ ତାଙ୍କ ବୋଲିଂକୁ ସାମ୍ନା କରିବାର କୌଶଳ ରଖିଥିବା ଦରକାର ।
