Friday, April 10, 2026
25.6 C
Odisha

    ମ୍ୟାଚ ଖେଳୁଥିବା ସମୟରେ ଟଳି ପଡ଼ିଲେ ଖେଳାଳି ଉଡ଼ିଗଲା ପ୍ରାଣବାୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ୍ କ୍ରିକେଟ୍ ମ୍ୟାଚ୍ ସମୟରେ ଦୁଃଖଦ ଘଟଣା ଘଟିଛି। ଅତ୍ୟଧିକ ଗରମ ଯୋଗୁଁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ଖାନଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପ୍ରକାଶିତ ରିପୋର୍ଟ ମୁତାବକ, କାନକାର୍ଡିୟା କଲେଜରେ ପ୍ରବଳ ଗରମ ଓ ଖରା ସତ୍ତ୍ବ ମ୍ୟାଚ୍ ଖେଳାଯାଉଥିଲା। ଜୁନୈଦ ଜାଫର ଓଲ୍ଡ କାନକାର୍ଡିୟାନ୍ସ ପାଇଁ ଖେଳୁଥିଲେ। ସେ ପଡ଼ିଆରେ ଚେତାଶୂନ୍ୟ ହୋଇ ପଡ଼ିବାପରେ, ଅନ୍ୟ ଖେଳାଳି ଏବଂ କର୍ମଚାରୀମାନେ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତରୀ ଦଳ ତାଙ୍କୁ ସିପିଆର ଦେଇଥିଲେ କିନ୍ତୁ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ଜୁନୈଦ ପାକିସ୍ତାନର ବାସିନ୍ଦା । ସେ ଚାକିରି ସନ୍ଧାନରେ ୨୦୧୩ରେ ଅଷ୍ଟ୍ରେଲିଆର ଆଡିଲେଡ୍ ଆସି ବସବାସ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    44 %
    0.9kmh
    0 %
    Thu
    26 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ