Saturday, August 9, 2025
30.2 C
Odisha

    ଯାଜପୁର : ଶ୍ରୀଜଗନ୍ନାଥ ମନ୍ଦିରରେ ରକ୍ଷାବନ୍ଧନ, ପାଟରା ସମାଜ ଦ୍ୱାରା ବିଶେଷ ରାକ୍ଷୀ ସେବା

    ଆଗକୁ ପଢନ୍ତୁ

    ଯାଜପୁର: ଆଜି ଯାଜପୁର ଟାଉନ ସ୍ଥିତ ବହୁ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ରକ୍ଷାବନ୍ଧନ ଅବସରରେ ଏକ ବିଶେଷ ଧାର୍ମିକ ସେବା ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର କାର୍ଯ୍ୟକ୍ରମରେ ପାଟରା ସେବକ ସଂଘଠନ ଓ ଯାଜପୁର ଜିଲ୍ଲାର ଚଇନପୁର ବିଦ୍ୟାଧର ପୁର ଖଇରାବାଦ କୁନିଦା ମଙ୍ଗଳପୁରର ପାଟରା ସମାଜ ମିଳିତ ଭାବରେ ଭାଗ ନେଇ ଶ୍ରୀଜଗନ୍ନାଥ ଓ ମହାପ୍ରଭୁ ବଳଭଦ୍ରଙ୍କୁ ରାକ୍ଷୀ ଓ ପାଟ ସେବା କରିଥିଲେ ।

    ଏହି ଧାର୍ମିକ ପରମ୍ପରା ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ହେଉଥିବା ଏକ ନିୟମିତ ସେବା ଭାବରେ ଚାଲିଆସୁଛି, ଯେଉଁଥିରେ ପାଟରା ସମାଜର ସେବକମାନେ ଦେବସେବାରେ ନିଜକୁ ନିୟୋଜିତ କରୁଛନ୍ତି । ବର୍ତ୍ତମାନ ପାଟରା ସେବକ ସଂଘଠନ ଲକ୍ଷ୍ୟ ହେଉଛି ଯେ ଓଡ଼ିଶାର ଯେଉଁଠି ଶ୍ରୀଜଗନ୍ନାଥ ମନ୍ଦିର ଅଛି, ସେଠି ଥିବା ପ୍ରତ୍ୟେକ ପାଟରା ସମାଜ ପରିବାର ଏହି ସେବାକୁ ନିଜ ମନ୍ଦିରରେ କରିବେ । ଏହି ସେବା କାର୍ଯ୍ୟକ୍ରମ କେବଳ ଓଡ଼ିଶାରେ ସୀମିତ ନୁହେଁ, ଦେଶର ବିଭିନ୍ନ ସ୍ଥାନ ଯଥା ଦିଲ୍ଲୀ, ମୁମ୍ବାଇ, ନାଗପୁର, ହାଇଦ୍ରାବାଦ, ବ୍ୟାଙ୍ଗାଲୋର ଓ ଓଡ଼ିଶାର ବହୁ ସ୍ଥାନରେ ମଧ୍ୟ ପାଟରା ସେବକ ସଂଘଠନ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଅନୁଷ୍ଠାନ କରୁଛନ୍ତି ।

    ପାରମ୍ପରିକ ରୀତି ଅନୁଯାୟୀ ରାଖି ବନ୍ଧନ, ପୂଜା-ଅର୍ଚ୍ଚନା, ଭଜନ-କୀର୍ତ୍ତନ ଓ ମହାପ୍ରସାଦ ବଣ୍ଟନ ମାଧ୍ୟମରେ ଏହି ପବିତ୍ର ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ଭକ୍ତିମୟ ବାତାବରଣ ମଧ୍ୟରେ ପାଳନ ହୋଇଛି । ପାଟରା ସେବକ ସଂଘଠନ ପକ୍ଷରୁ କୁହାଯାଇଛି ଯେ, ସେମାନେ ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଜାଗ୍ରତ ରଖି ସମସ୍ତ ଭାରତରେ ଜଗନ୍ନାଥ ସଂସ୍କୃତିକୁ ବିକାଶ କରିବା ଓ ଏକତା ଓ ସେବାଭାବର ବାର୍ତ୍ତା ପ୍ରଚାର କରିବା ପାଇଁ ଦୃଢ଼ ସଂକଳ୍ପିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    65 %
    1.4kmh
    56 %
    Sat
    29 °
    Sun
    32 °
    Mon
    32 °
    Tue
    32 °
    Wed
    31 °

    ସମ୍ବନ୍ଧିତ