Thursday, January 22, 2026
27.9 C
Odisha

    ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା, ୩ ଜଣ ଯାତ୍ରୀ ଗୁରୁତର

    ଆଗକୁ ପଢନ୍ତୁ

    ଜଳେଶ୍ବର : ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ଦୁର୍ଘଟଣାରେ ଅଟୋ ଭାଙ୍ଗି ଚୂରମାର ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଟାଉନ ହାଇସ୍କୁଲ ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

    ସୂଚନା ଅନୁଯାୟୀ ଆଜି ଭୋର ସମୟରେ ପଶ୍ଚିମବଙ୍ଗର ବରିଙ୍ଗ ଅଂଚଳରୁ ଏକ ଯାତ୍ରୀବାହୀ ଅଟୋ ୪ ଜଣ ଯାତ୍ରୀକୁ ନେଇ ଜଳେଶ୍ୱର ରେଳ ଷ୍ଟେସନକୁ ଆସୁଥିବା ବେଳେ ଟାଉନ ହାଇସ୍କୁଲ ସାମ୍ନାରେ ଦ୍ରୁତ ଗତିରେ ଯାଉଥିବା ଏକ ବାଲି ବୋଝେଇ ହାଇୱା ସାମ୍ନା ପଟୁ ଅଟୋକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଅଟୋରେ ଥିବା ୪ ଜଣ ଯାତ୍ରୀଙ୍କ ମଧ୍ଯରୁ ତିନି ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

    ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଜଳେଶ୍ୱର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ରାସ୍ତାରେ ଦ୍ରୂତ ଗତିରେ ବାଲି ବୋଝେଇ ଗାଡି ଯାତାୟତକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ, ଅନ୍ଯପଟେ ସମସ୍ତ ଗୁରୁତରଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    26 %
    2.4kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ