Friday, October 24, 2025
29.2 C
Odisha

    ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ, ୨୦ ଜଣ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ବେଙ୍ଗାଳୁରୁ: ବସରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୦ ଯାତ୍ରୀ । ଆନ୍ଧ୍ରର କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଗତକାଲି ବିଳମ୍ବିତ ରାତିରେ ବାଇକ୍ ସହ ଧକ୍କା ହେବାରୁ ବସ୍ ରେ ହଠାତ୍ ଲାଗିଲା ନିଆଁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଚାହୁଁ ଚାହୁଁ କିଛି ମିନିଟ ଭିତରେ ବସଟି ପୋଡି ପାଉଁଶ ହୋଇଯାଇଥିଲା । ଇମର୍ଜେନ୍ସୀ ପ୍ରସ୍ଥାନ ଦେଇ ୨୧ ଜଣ ଉଦ୍ଧାର ହୋଇଥିବାବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କର୍ଣ୍ଣୁଲ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ବସ୍। ଏଥିରେ ମୋଟ ୪୨ଜଣ ଯାତ୍ରୀ ଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.2 ° C
    29.2 °
    29.2 °
    61 %
    1.8kmh
    23 %
    Fri
    28 °
    Sat
    30 °
    Sun
    30 °
    Mon
    29 °
    Tue
    24 °

    ସମ୍ବନ୍ଧିତ