Tuesday, March 24, 2026
31 C
Odisha

    ଯିଏ ଅଣଓଡ଼ିଆଙ୍କ କଣ୍ଟ୍ରୋଲରେ ଥିଲେ ସିଏ ଆମକୁ ଓଡ଼ିଆ ‘ଅସ୍ମିତା’ ଶିଖାଉଛନ୍ତି: ଭାଜପା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ପରେ ବିରୋଧୀ ଆସନକୁ ଆସିଥିବା ବିଜେଡି ବିଧାନସଭାରେ ହଙ୍ଗାମା କରୁଥିବା ଦେଖାଯାଇଛି। ମଙ୍ଗଳବାର ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ବିଜେଡି ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଦାବି କରୁଥିବା ବେଳେ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଅପରପକ୍ଷେ ଭାଜପା ପକ୍ଷରୁ ଏହାକୁ ଅସହିଷ୍ଣୁତାର ନିଦର୍ଶନ ବୋଲି କୁହାଯାଉଛି। ବିଧାନସଭାରେ ହଟ୍ଟଗୋଳକୁ ନେଇ ଭାଜପା ସଦସ୍ୟ ଟଙ୍କଧର ତ୍ରିପାଠୀ କହିଛନ୍ତି , ଅସହିଷ୍ଣୁର ପରାକାଷ୍ଟାରେ ପହଞ୍ଚିଛି ବିରୋଧୀ ଦଳ। ଗୋଟିଏ ମାସ ଭିତରେ ମୋହନ ମାଝିଙ୍କ ସରକାର ଯେତିକି କାମ କରିଛନ୍ତି ସେଥିରେ ବିରୋଧୀ ଅସିହିଷ୍ଣୁ ହୋଇ ପଡିଛନ୍ତି। ଯେଉଁମାନେ ଜଣେ ଅଣଓଡିଆଙ୍କ ରିମୋଟ କଣ୍ଟ୍ରୋଲରେ ଚାଲୁଥିଲେ ସେମାନେ ଆମକୁ ଅଣ ଓଡିଆ ଅସ୍ମିତା କଥା ଶିଖେଇବେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ଏଫ୍‌ଆଇଆର ହୋଇଥିଲା। ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ଅରୁଣ ସାହୁଙ୍କ ନାମରେ ଅଭିଯୋଗ ଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ