Saturday, March 14, 2026
23.2 C
Odisha

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ଅଭିଯୋଗ

    ଆଗକୁ ପଢନ୍ତୁ

    ନବରଙ୍ଗପୁର : ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଞ୍ଚଳରୁ ଆସିଛି ଏପରି ଲୋମଟାଙ୍କୁରା ଅଭିଯୋଗ । କାଲି ରାତିରୁ ଯୁବତୀ ଜଣକ ଘର ପାଖ ପଡିଆକୁ ଶୌଚ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜା ଖୋଜି କରିବା ପରେ ରାତି ସାଢେ ୧୦ଟାରେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଳେ । ଯୁବତୀଙ୍କୁ ତୁରନ୍ତ କୋଷାଗୁମୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ପରିବାର । ଖବର ପାଇ ପୋଲିସ , ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ଶବ ବ୍ୟବଚ୍ଛ୍ୟେଦ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସଡିପିଓ । ସେପଟେ ଯୁବତୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    50 %
    2.3kmh
    0 %
    Fri
    23 °
    Sat
    38 °
    Sun
    38 °
    Mon
    39 °
    Tue
    38 °

    ସମ୍ବନ୍ଧିତ