Tuesday, December 24, 2024
19.7 C
Odisha

    ଯୁବତୀଙ୍କୁ ହତ୍ୟା କରି ପୋଡ଼ିଦେଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ପାଟଣାଗଡ଼ : ପାଟଣାଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ହତ୍ୟାକରି ତାଙ୍କ ପୋଡ଼ିଦେଇଥିବା ଜଣାପଡ଼ିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପାଟଣାଗଡ଼ ଥାନା ଅଞ୍ଚଳର ସମ୍ପୃକ୍ତ ଯୁବତୀ (୨୭) ପାଟଣାଗଡ଼ ବେହେରାବନ୍ଧ ଅଞ୍ଚଳରେ ରହୁଥିଲେ । ଯୁବତୀ ଜଣକ ତାଙ୍କ ମାମୁଁ ପୁଅ ସହ ପ୍ରେମ ସମ୍ପର୍କ ଯୋଗୁଁ ବର୍ଷେ ତଳୁ ଘରୁ ଚାଲିଯାଇଥିଲେ । ଏଥିପାଇଁ ପରିବାରଲୋକଙ୍କ ମଧ୍ୟରେ ଯୁବତୀଙ୍କ ପ୍ରତି ଭଲ ସମ୍ପର୍କ ନ ଥିଲା । ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଥିଲା । ସେ ଶୁକତେଲ ବୁଡ଼ି ଅଞ୍ଚଳର କ୍ଷତିଗ୍ରସ୍ତ ଟଙ୍କା ପାଇଥିଲେ । ଉକ୍ତ ଟଙ୍କା ଉପରେ ତା’ର ମାମୁ ପୁଅ ଓ ପରିବାରଲୋକଙ୍କ ନଜର ଥିଲା । ଉକ୍ତ ଟଙ୍କାକୁ ଯୁବତୀର ମାମୁଁ ପୁଅ ତାଟ ନାମରେ କରିଦେବା ପାଇଁ ବାରମ୍ୱାର କହୁଥିଲା କିନ୍ତୁ ଯୁବତୀ ଜଣକ ରେଜିଷ୍ଟ୍ରି ବାହାଘର ପରେ ଦେବି ବୋଲି କହୁଥିଲା । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଯୁବତୀଙ୍କ ପରିବାରଲୋକେ ଉକ୍ତ ଟଙ୍କା ତାର ମାମୁଁ ପୁଅକୁ ନ ଦେବା ପାଇଁ ବାରମ୍ୱାର ଚାପ ପକାଉଥିଲେ । ଯୁବତୀଙ୍କ ବଡ଼ ଭଉଣୀ ଅନେକ ସମୟରେ ଯୁବତୀ ଜଣକ ରହୁଥିବା ସ୍ଥାନକୁ ଯାଉଥିଲେ । ତାଙ୍କ ବଡ଼ଭଉଣୀର ପାଟଣାଗଡ଼ ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହିତ ମିଳାମିଶା ରହିଥିଲା । ଗତ ୬ ତାରିଖ ଦିନ ଯୁବତୀ ଜଣକ ରାତି ୧୨ଟା ପର୍ଯ୍ୟନ୍ତ ଫୋନରେ କଥା ହୋଇଥିଲେ ଓ କାହା ସହିତ ଯୁକ୍ତିତର୍କ ହେଉଥିଲା । ସେହି ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ଯୁବତୀଙ୍କୁ ଡାକ୍ତରଖାନାକୁ ନିଆଯାଇ ନ ଥିଲା । ରାତ୍ରି ୨ ଟାରେ ପରିବାରଲୋକେ ଯୁବତୀଙ୍କ ମୃତଦେହ ତାଙ୍କ ଘରକୁ ଆଣି ବାଡ଼ିପଟେ ପୋଡ଼ିଦେଇଥିଲେ । ତାଙ୍କ କିଛି ସମ୍ପର୍କୀୟ ଲୋକଙ୍କୁ ନେଇ ଶବ ପୋଡିଦେଇଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କୁ ମଧ୍ୟ ଡକାଯାଇ ନ ଥିଲା । ପରେ ଘଟଣାଟିକୁ ଗୋପନୀୟ ରଖାଯାଇଥିଲା । ଏହି ଘଟଣାରେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ପାଇଁ ହିଁ ହତ୍ୟା କରାଯାଇ ପୋଡ଼ି ଦେଇଥିବା ଅଭିଯୋଗ ଉଠିଛି । ଯୁବତୀଙ୍କ ବଡ଼ ଭଉଣୀ ହିଁ ମୃତ୍ୟୁ ଘଟଣାରେ ମାଷ୍ଟରମାଇଣ୍ଡ ବୋଲି ଲୋକେ କହୁଛନ୍ତି । ଏ ଘଟଣାରେ ପୁଲିସ ପ୍ରଶାସନ ଦୃଷ୍ଟିଦେଇ ଉପଯୁକ୍ତ ତଦନ୍ତ ପାଇଁ ଦାବି ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    19.7 ° C
    19.7 °
    19.7 °
    78 %
    1.7kmh
    48 %
    Mon
    18 °
    Tue
    27 °
    Wed
    28 °
    Thu
    29 °
    Fri
    30 °

    ସମ୍ବନ୍ଧିତ